ଓଡିଶାରାଜନୀତି

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ସେମି ଫାଇନାଲ ବି ଆମେ ଖେଳିବୁ । ଫାଇନାଲ ବି ଆମେ ଖେଳିବୁ । ବିଜେଡ଼ି ଓ ବିଜେପିକୁ ଛାଡ଼ି ଦେଲେ ଅନ୍ୟ ଟିମ ହିଁ ନାହିଁ । ବିଜେପି ଫାଇନାଲ ମ୍ୟାଚ ଜିତିବାକୁ ଚାହୁଁଛି । ଫାଇନାଲ ପୂର୍ବରୁ ଦୁଇଟି ଉପନିର୍ବାଚନ ପ୍ରାକ୍ଟିସ ମ୍ୟାଚ । ଏଗୁଡ଼ିକୁ ବି ଜିତିବାକୁ ପ୍ରୟାସ କରିବୁ ।

ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏ ସିଟ ବିଜେପିର ଥିଲା । ଧାମନଗରରେ ୱାର୍ଡ ଲେବଲ ପର୍ଯ୍ୟନ୍ତ ଦଳର ସଙ୍ଗଠନ ଅଛି । ଆଉ ନୂଆ କିଛି କରିବାକୁ ପଡ଼ିବ ନାହିଁ । ଲଢେଇ ଜୋରଦାର ହେବ । ବିଜେପିର ବିଜୟ ନିଶ୍ଚିତ । ସ୍ବର୍ଗତ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଲୋକଙ୍କର ସ୍ନେହ ଶ୍ରଦ୍ଧା ଅଛି । ଆଗ୍ରେସିଭ ମୁଡରେ ଦଳ ଆଗକୁ ବଢିବ । ପୂଜା ପରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପ୍ରଦେଶ ନିର୍ବାଚନ କମିଟି ଖୁବଶୀଘ୍ର ବୈଠକ କରି ପ୍ରାର୍ଥୀଙ୍କ ନାମ ପଠାଇବ । ସଂସଦୀୟ ବୋର୍ଡ ପ୍ରାର୍ଥୀ ଚୟନ କରିବ । ଦଳ ପାଖରେ ଅନେକ ଗୁଡିଏ ଚଏସ ଅଛି । ତା ଭିତରୁ ଜଣଙ୍କୁ ପ୍ରାର୍ଥୀ କରାଯିବ ।

Related posts

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ , ୨ ଗୁରୁତର

mahabharatanews

ଉତ୍ତରପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଗକୁ ଛାଡିବ

mahabharatanews

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

mahabharatanews