ଓଡିଶାରାଜନୀତି

ଆଜି ବିଜେଡି କରିବ ପ୍ରାର୍ଥୀ ଘୋଷଣା

ଭଦ୍ରକ : ଆଜି ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହେବ । ୩ ପ୍ରମୁଖ ରାଜନୈତିକ ଦଳର ଶିବିର ଚଳଚଂଚଳ । ଗାଦି ପାଇଁ ୩ ଦଳ ମଧ୍ୟରେ ଚାଲିଛି ଅଙ୍କକଷା । ଦଳ ଗୁଡ଼ିକ ହେଲେ ବିଜେଡ଼ି, ବିଜେପି ଓ କଂଗ୍ରେସ । ଧାମନଗର ଉପନିର୍ବାଚନ ପାଇଁ ବିଜେପି ପାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏକ ବିଶାଳ ଶୋଭାଯାତ୍ରାରେ ପହଁଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାହାପରେ ସେ ଲୋକଙ୍କ ପାଖକୁ ଯାଇ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେପି ।

ତେବେ କଂଗ୍ରେସ କାହାକୁ ପାର୍ଥୀ ରୂପରେ ଚୟନ କରିବ ତାହା ଚିନ୍ତାର ବିଷୟ ପାଲଟିଛି । ସେପଟେ ବିଜେଡ଼ି ପାଇଁ ଏକାଧିକ ପାର୍ଥୀ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି । ଖୁବଶୀଘ୍ର କଂଗ୍ରେସ ଓ ବିଜେଡ଼ି ପାର୍ଥୀ ନାମ ଘୋଷଣା କରିବ ବୋଲି କୁହାଯାଇଛି । ତେବେ ଆଜି ବିଜେଡ଼ି ନିଜ ପାର୍ଥୀଙ୍କ ନାମ ଘୋଷଣା କରିବ ।

Related posts

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

mahabharatanews

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews

୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

mahabharatanews