ଓଡିଶା

ନବୀନଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର

ଗୋପ /ଜୟନ୍ତ ସେଠୀ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମ ଦିନ ଅବସର ରେ ତାଙ୍କର ଦୀର୍ଘାୟୁ କାମନା କରଯାଇଛି ମହାପ୍ରଭୁ ଶ୍ରୀଜଗନ୍ନଥ ଙ୍କ ନିକଟ ରେ । ପୁରୀ ରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାପ୍ରଭୁ ଙ୍କ ନିକଟରେ ଦୀପ ଦାନ କରାଯାଇଛି। ବିଜୁ ଯୁବ ଜନତା ଦଳ ର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ବରେ ବିଜେଡି ର ବହୁ ନେତା ଓ କର୍ମୀ ଶ୍ରୀମନ୍ଦିର ସମୁଖରେ ଏକାଠି ହୋଇ ନବୀନ ଙ୍କ ଦୀର୍ଘାୟୁ କାମନା କରି ଦୀପ ଦାନ କରିଥିଲେ। ପରେ ୟୁଥ୍ ହଷ୍ଟେଲ ପରିସର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥି ସହ ବିଜେଡି କର୍ମୀ, ନେତା, ବିଭିନ୍ନ ସ୍ବେଛାସବୀ ରକ୍ତ ଦାନ କରିଥିଲେ। ପରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା। ଲୋକ ଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଦଳର କର୍ମୀ ଓ ନେତା ଙ୍କୁ ପରାମର୍ଶ ଦେଇଥାନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସମାଜ ର ସେବା ପାଇଁ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କରାଯାଇ ଥିବା ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ।

Related posts

କୋଭିଡ ହସପିଟାଲରେ ଭର୍ତ୍ତି ହେଲେ ହସ୍ତତନ୍ତ ମନ୍ତ୍ରୀ

mahabharatanews

ହାତୀର ଆତ୍ମା ଶାନ୍ତି ପାଇଁ ହେଲା ନାମଯଜ୍ଞ ଓ ରୁଦ୍ରାଭିଷେକ

mahabharatanews

ଆଜି ବି ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ଓ ମଣତି କାର୍ଯ୍ୟ ଜାରୀ ରହିଛି

mahabharatanews