ଓଡିଶା

ଲାଠୋର ସହରରେ ବୁଲୁଛନ୍ତି ହାତୀ

ପାଟଣାଗଡ/ ଜଗନ୍ନାଥ ଧରୁଆ:ଗତ କିଛି ଦିନ ହେବ ଗନ୍ଧମାର୍ଦ୍ଦନ ତଳି ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଜାରି ରହିଛି । ଏଠାରେ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେବେ ପୁଣିଥରେ ଗତ ରାତିରେ ଦୁଇଟି ବଣୁଆ ହାତୀ ଲାଠୋର ସହରରେ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି । ହାତୀ ଲାଠୋର ସହରରେ ବୁଲୁଥିବା ଖବର ପାଇ ଲାଠୋର ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ୨ଟିକିଆ ହାତୀପଲକୁ ଘଉଡ଼ାଇବାରୁ ହାତୀମାନେ ବର୍ତ୍ତମାନ ବାଗଡ଼ିଆ ଓ ପିଙ୍ଗଲ ମୁଣ୍ଡା ସଂଗ୍ରଖିତ ଜଙ୍ଗଲ ଆଡ଼କୁ ଚାଲିଯାଇଥିବା ବୋଲି ଲାଠୋର ରେଞ୍ଜର ପ୍ରଭାତୀ ସେଠ ସୂଚନା ଦେଇଛନ୍ତି ।

 

Related posts

ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୯୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ହିଞ୍ଜିଳି ଗ୍ରାମ୍ୟ ବିକାଶର ଚିତ୍ର ଦେଖିଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

mahabharatanews