ଓଡିଶା

ଶବ କାନ୍ଧେଇ ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନା ର ପୋଲିସ କର୍ମଚାରୀ । ଏମିତି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ । ଗତକାଲି ଚିତ୍ରକୋଣ୍ଡା ଥାନାର ଗୃହରକ୍ଷୀ ସୋନୁ ନାଗଙ୍କ ଦେହ ଅସୁସ୍ଥ ହେବା ପରେ ସେ ତୁରନ୍ତ ଚିତ୍ରକୋଣ୍ଡା ମେଡିକାଲ କୁ ଯାଇ ଚିକିତ୍ସିତ ହେଉଥିଲେ କିନ୍ତୁ ଚିକିତ୍ସା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଥିଲା । ଏହି ସମୟରେ ଚିତ୍ରକୋଣ୍ଡା ଥାନାର ଥାନା ଅଧିକାରୀ ଅନିଲ କୁମାର ପରିଡା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ନିଜର ସାଥି ଭାଇ ଗୃହରକ୍ଷୀ ଙ୍କ ପରିବାର ପାଖରେ ଛିଡା ହେବା ସହ ନିଜେ ମୃତ ଗୃହରକ୍ଷୀଙ୍କ ଶବକୁ କାନ୍ଧ ଦେଇ ମଶାଣି ପର୍ଯ୍ୟନ୍ତ ବୋହି ନେଇଥିଲେ । ଯାହାର ଦୃଶ୍ୟ ଏବେ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଥିବା ବେଳେ ଚିତ୍ରକୋଣ୍ଡା ପୋଲିସ ର କର୍ମଚାରୀଙ୍କ ଏଭଳି ମାନ ବିକତାକୁ ଦେଖି ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Related posts

ଖୋର୍ଦ୍ଧା ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍ ସଚେତନତା ରଥ ର ଉଦଘାଟନ

mahabharatanews

ରାଇରଙ୍ଗପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

mahabharatanews

ମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ

mahabharatanews