ଓଡିଶା

ଦୁର୍ନୀତିମୁକ୍ତ ଦିଗରେ କାମ କରିବ ସାଲେପୁର ପ୍ରାଣୀ ଚିକିତ୍ସାଳୟ

ସାଲେପୁର/ ତାରାକାନ୍ତ ନାୟକ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାଲେପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ତାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ର ର କର୍ମଚାରୀ ମାନେ ଜନସାଧାରଣଙ୍କୁ ଦୁର୍ନୀତି ମୁକ୍ତ ସେବା ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖି ଶପଥ ପାଠ କରିଥିଲେ।ସାଲେପୁର ବ୍ଲକର ପ୍ରତ୍ୟେକ ଜନସେବକ ଯେପରି ଭାବେ ସେମାନଙ୍କର ମୌଳିକ ସେବା , ସାଧୁତା ଓ ସ୍ୱଚ୍ଛତା ସହ ପାଇପାରିବେ । ଏ ନେଇ ପ୍ରାଣୀ ଚିକିତ୍ସାଳୟ ର ସମସ୍ତ କର୍ମଚାରୀ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦୀପକ କୁମାର ସେନାପତି ସମସ୍ତ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଛନ୍ତି।

ଏହି ବିକଶିତ ତଥା ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ଏବଂ ପ୍ରତ୍ୟେକ ନାଗରିକ ସେମାନଙ୍କ ର ମୌଳିକ ସେବା ପ୍ରଦାନକୁ ଦୁର୍ନୀତି ମୁକ୍ତ କରିବେ ସେଥି ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦୀପକ କୁମାର ସେନାପତି ବକ୍ତବ୍ୟ ରଖିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଣିଧନ ପରୀକ୍ଷକ ପ୍ରାଣବନ୍ଧୁ ସାହୁ, ପ୍ରାଣିଧନ ନିରୀକ୍ଷକ ଜୟନ୍ତ ମଲ୍ଲିକ,ସଞ୍ଜୟ ଦଲାଲ,ବ୍ରହ୍ମାନନ୍ଦ ପରିଡ଼ା,ମିହିର କୁମାର ଦାସ,ସାଗର କୁମାର ବାରିକ, ଭାଗ୍ୟଧର ନାୟକ, ଚନ୍ଦ୍ରମଣି ମଲ୍ଲିକ,ପ୍ରଶାନ୍ତି ସ୍ୱାଇଁ ପ୍ରମୁଖ ଶପଥ ପାଠ କରିଥିଲେ।

Related posts

ଯାଜପୁର ବସଷ୍ଟାଣ୍ଡରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

ସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍

mahabharatanews

ଶନିବାର ଓ ରବିବାର ଛୁଟି ମଧ୍ୟ ବାତିଲ

mahabharatanews