ଭାରତ

ଭାରତର ପ୍ରଧାନ ବିଚରାପତିଙ୍କ ଶେଷ କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଜଷ୍ଟିସ୍ ୟୁୟୁ ଲଳିତ ନେବେ ଅବସର । ଭାରତର ପ୍ରଧାନ ବିଚାରପତି ଆସନ୍ତାକାଲି ତଥା ୮ ନଭେମ୍ବର ୨୦୨୨ ରେ ଅବସର ନେବାକୁ ଯାଉଛନ୍ତି । ଆସନ୍ତାକାଲି ଗୁରୁ ନାନକ ଜୟନୀଙ୍କ ପଡୁଥିବାରୁ ସବୋର୍ଚ୍ଚ ନ୍ୟାୟଳୟ ଛୁଟି ରହିବ । ସେ ନେଇ ଆଜି ଜଷ୍ଟିସ ୟୁୟୁ ଲଳିଙ୍କ କାର୍ଯ୍ୟର ଆଜି ହେଉଛି ଶେଷ ଦିନ । ଭାରତର ପ୍ରଧାନ ବିଚାରପତିଙ୍କ ସହ ସେରେମୋନିଆଲ ବେଞ୍ଚରେ ତାଙ୍କ ଝତ୍ତରାଧିକାରୀଙ୍କ ସହ ବେଞ୍ଚ ବାଣ୍ଟଛନ୍ତି ଲଳିତ । ଆଜି ସୁପ୍ରିମକୋର୍ଟଙ୍କ ତରଫରୁ ସିଜେଆଇ ଦ୍ୱାରା ପରିଚାଳିତ ଆନୁଷ୍ଠାନିକ ବେଞ୍ଚର ପକ୍ରିୟା ସିଧା ପ୍ରସାରଣ ହେବ ।

ସୂଚନାମୁତାବକ, ଜଷ୍ଟିସ୍ ୟୁୟୁ ଲଲିତ ଚଳିତ ବର୍ଷ ୨୭ ଅଗଷ୍ଟରେ ଭାରତର ୪୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ ନେଇଥିଲେ ।ତାଙ୍କର କାର୍ୟ୍ୟକାଳ ୭୪ ଦିନ ଧରି ଚାଲିଥିଲା । ତାଙ୍କର ଶେଷ କାର୍ୟ୍ୟ ଦିବସରେ ଜଷ୍ଟିସ୍ ୟୁୟୁ ଲଲିତ ଛଅଟିଟି ମାମଲା ଉପରେ ରାୟ ଦେଇଛନ୍ତି। ସବୁଠାରୁ ବଡ ମାମଲା ହେଉଛି ସାଧାରଣ ବର୍ଗର ଅର୍ଥିକ ଅନଗ୍ରସର ଲୋକ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ଉପରେ ରାୟ ଶୁଣାଇଥିଲେ ୟୁୟୁ ଲଳିତ । ଏହା ସହ ଦ୍ୱିତୀୟ ମାମଲା ଅମ୍ରାପାଲି ଗୃହ ଯୋଜନା ସହିତ ଜଡିତ। ଏଥିରେ ସୁପ୍ରିମକୋର୍ଟ ବଣ୍ଟନକାରୀଙ୍କୁ ଫ୍ଲାଟ ପାଇବା କିମ୍ବା ଏହାର ପ୍ରତିବଦଳରେ ଟଙ୍କା ପାଇବା ନେଇ ଏକ ବଡ ନିଷ୍ପତ୍ତି ନେବେ। ଅନ୍ୟ ଚାରିଟି ମାମଲା ସ୍ୱାଭାବିକ ମାମଲା ଉପରେ ରାୟ ଶୁଣାଇଛନ୍ତି ୟୁୟୁ ଲଳିତ ।

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

ମଣ୍ଡିରୁ କଙ୍ଗନା, ମିରଟରୁ ଗୋଭିଲ

mahabharatanews

 ଶପଥ ଗ୍ରହଣ କଲେ ରେୱନ୍ତ ରେଡ୍ଡୀ

mahabharatanews