ଅପରାଧଓଡିଶା

ଘରବାରି ପଟ୍ଟା କରାଇଦେବା ନାରେ ୬ହଜାର ଲାଞ୍ଚ ନେବା ପଡିଲା ମହାଙ୍ଗା

ଗଞ୍ଜାମ/ରଜନୀକାନ୍ତ ପାତ୍ର: ସରକାରୀ ଦରମା ସାଙ୍ଗକୁ ଅନ୍ୟ କିଛି ହାତଖର୍ଚ୍ଚ ପାଇଁ ଚେଷ୍ଟା ଚାଲିଥିବା ବେଳେ ହାତରେ ଖର୍ଚ୍ଚ ଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକଙ୍କ ନିକଟରେ ପହଁଚିଲା ଭିଜିଲାନ୍ସ ଟିମ | ଖବର ଅନୁଯାୟୀ ଘରବାରି ପଟ୍ଟା କରାଇଦେବା ଆଳରେ ଜଣେ ବ୍ୟକ୍ତିଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ | ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ ଅଞ୍ଚଳରେ ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ୟ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ବର୍ତମାନ ଭିଜିଲାନ୍ସ କବ୍ଜାରେ ରହିଛନ୍ତି |

କୋଦଳା ତହସିଲ ଅନ୍ତର୍ଗତ ବି ନୂଆ ଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟା କରାଇଦେବା ନାମରେ ୬ ହଜାର ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଛି | ବରିଷ୍ଠ ରାଜସ୍ବ ସହାୟକ ସେଠୀଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ ଖୋଳତାଡ ଜାରି ରଖିଥିବା ବେଳେ ଏହା ବଦଳ ରେ ଅନ୍ୟ କେଉଁ କେଉଁ ଅଧିକାରୀ ଏହି ହାତଖର୍ଚ୍ଚ ମଧ୍ୟରେ ସମ୍ପୃକ୍ତ ଅଛନ୍ତି ତାହା ବର୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି |

 

Related posts

ପାରିବାରିକ କଳହକୁ ନେଇ ମରଣାନ୍ତର ଆକ୍ରମଣ

mahabharatanews

ଡିଜିଙ୍କ ଦିନିକିଆ ବଲାଙ୍ଗୀର ଗସ୍ତ

mahabharatanews

ପାରଳାଖେମୁଣ୍ଡିରେ ବୁଲିଲା ସ୍ୱଦେଶୀ ସଂକଳ୍ପ ସଚେତନତା ରଥ

mahabharatanews