ଓଡିଶା

ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ, ଥାନାରେ ଏତଲା ଦେଲେ ବିଡିଓ ସତ୍ୟନାରାୟଣ

ଭୁବନେଶ୍ୱର : ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ମାଡ ମାରିଥିବା ଅଭିଯୋଗ । ୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ବିଡିଓ ସତ୍ୟନାରାୟଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପାଲିଆ ପଞ୍ଚାୟତର ସରପଞ୍ଚ ରାଧା ସାନ୍ତାଙ୍କ ସ୍ୱାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଓ ଅଭୟ ସ୍ୱାଇଁ  ମାଡ ମାରିଥିବା ଅଭିଯୋଗ କରିଛନ୍ତି ବିଡିଓ । ଅଭିଯୋଗ ଅନୁସାରେ ପବିତ୍ର ଓ ରମେଶ ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଆସି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ । ଏହା ପରେ କେସ ରେଜିଷ୍ଟର ମାଗି ସେଥିରେ ଦସ୍ତଖତ କରିବାକୁ କହି ମାଡ ମାରିଥିବା ଝରିଗାଁ ବିଡିଓ ଅଭିଯୋଗ ଆଣିଛନ୍ତି । କୌଣସି ଏକ କାର୍ଯ୍ୟର କାର୍ଯ୍ୟାଦେଶ ଫାଇଲକୁ ନେଇ ୩ ଜଣ ମାଡ଼ ମାରିଥିବା ବିଡିଓ ଏତଲାରେ ଦର୍ଶାଇଛନ୍ତି। ପୋଲିସ ତଦନ୍ତ ପରେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।

Related posts

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା

mahabharatanews

ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

mahabharatanews

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି 

mahabharatanews