ଓଡିଶା

ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ, ଥାନାରେ ଏତଲା ଦେଲେ ବିଡିଓ ସତ୍ୟନାରାୟଣ

ଭୁବନେଶ୍ୱର : ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ମାଡ ମାରିଥିବା ଅଭିଯୋଗ । ୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ବିଡିଓ ସତ୍ୟନାରାୟଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପାଲିଆ ପଞ୍ଚାୟତର ସରପଞ୍ଚ ରାଧା ସାନ୍ତାଙ୍କ ସ୍ୱାମୀ ପବିତ୍ର ସାନ୍ତା, ତାଙ୍କ ସହଯୋଗୀ ରମେଶ ହରିଜନ ଓ ଅଭୟ ସ୍ୱାଇଁ  ମାଡ ମାରିଥିବା ଅଭିଯୋଗ କରିଛନ୍ତି ବିଡିଓ । ଅଭିଯୋଗ ଅନୁସାରେ ପବିତ୍ର ଓ ରମେଶ ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଆସି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ । ଏହା ପରେ କେସ ରେଜିଷ୍ଟର ମାଗି ସେଥିରେ ଦସ୍ତଖତ କରିବାକୁ କହି ମାଡ ମାରିଥିବା ଝରିଗାଁ ବିଡିଓ ଅଭିଯୋଗ ଆଣିଛନ୍ତି । କୌଣସି ଏକ କାର୍ଯ୍ୟର କାର୍ଯ୍ୟାଦେଶ ଫାଇଲକୁ ନେଇ ୩ ଜଣ ମାଡ଼ ମାରିଥିବା ବିଡିଓ ଏତଲାରେ ଦର୍ଶାଇଛନ୍ତି। ପୋଲିସ ତଦନ୍ତ ପରେ ଆକ୍ରମଣକାରୀମାନେ ଫେରାର ଥିବା ଜଣାପଡ଼ିଛି।

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

ଭୋଜି କରିବାକୁ ଯାଇଥିଲେ ! ଶବ ହୋଇ ଫେରିଲେ

mahabharatanews

ନିଆରା ଢଙ୍ଗରେ ନିଜର ଜନ୍ମଦିବସ ପାଳିଲେ ସମାଜସେବୀ ସଦାଶିବ

mahabharatanews