ଓଡିଶା

ବିଶାକ୍ତ ଛତୁ ଖାଇ ୭ ଗୁରୁତର

ନବରଙ୍ଗପୁର : ବର୍ଷେ ତଳର ଶୁଖିଲା ଛତୁକୁ ରାନ୍ଧି ଖାଇ ପରିବାରର ସାତ ଜଣ ଗୁରୁତର ହୋଇ ଉମରକୋଟ ମେଡ଼ିକାଲରେ ବର୍ତ୍ତମାନ ଚିକତ୍ସାଧୀନ ଅଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ । ଉକ୍ତ ଗ୍ରାମ ର ୫୫ ବର୍ଷୀୟ ହୀରାସିଂ ଭତରା ନିଜ ଜମିରେ ଧାନ କାଟିବାକୁ ଯାଇଥିଲେ । ଦିନ ୧୨ଘଣ୍ଟିକା ସମୟରେ ସେ ଘରକୁ ଖାଇବାକୁ ଆସିଥିଲେ । ଘରେ ବିଗତ ବର୍ଷା ଦିନର ଛତୁ କୁ ଶୁଖେଇ କି ରଖିଥିଲେ ପରିବାର ଲୋକେ, ସେହି ଶୁଖିଲା ଛତୁକୁ ରାନ୍ଧି ଖାଇବା ପରେ ପରିବାରର ସାତ ଜଣଙ୍କୁ ହଟାତ ବାନ୍ତି ହେବାକୁ ଲାଗିଲା । ଏବଂ ସେମାନଙ୍କୁ ତୁରନ୍ତ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ବର୍ତ୍ତମାନ ସାତ ଜଣ ଚିକିତ୍ସାଧୀନ ଅଛନ୍ତି । ସେହି ସାତ ଜଣ ଙ୍କ ମଧ୍ୟ ରେ ତିନି ଜଣ ପୁରୁଷ, ଦୁଇ ଜଣ ଛୋଟ ଛୋଟ ପାଞ୍ଚ ବର୍ଷ ର ଏବଂ ଆଠ ବର୍ଷ ର ପୁଅ ଓ ଦୁଇ ଜଣ ମହିଳା ଚିକିଛିତ ହେଉଥିବା ଦେଖିବାକୁ ମିଳିଛି ।

Related posts

ୟୁକୋ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀଙ୍କ କାର୍ଯ୍ୟକାରୀ ବୈଠକ

mahabharatanews

ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱରସ୍ୱତୀଙ୍କୁ ଆବାହନ

mahabharatanews

୬୭ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଲା

mahabharatanews