ଅପରାଧଓଡିଶା

୫୩୦ ହେକ୍ଟର ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

ରାୟଗଡା : ଗଞ୍ଜେଇ ଚାଷ ଲୋପ କରିବାକୁ ଅଭିଯାନ ଆରମ୍ଭ କରିଛି ଅବକାରୀ ବିଭାଗ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ,ଗୁଡ଼ାରି , ପଦ୍ମପୁର , ବିସମକଟକ ଥାନାର ବିଭିନ୍ନ ସ୍ଥାନରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଗତ ୧୦ ଦିନ ମଧ୍ୟରେ ଜିଲ୍ଲାର ୫୩୦ ହେକ୍ଟର ଜମିରେ ଲାଗିଥିବା ପ୍ରାୟ ୫ ଲକ୍ଷ ୪୧ ହଜାର ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଥିବା ବେଳେ ଏହାର ଅନୁମାନିକ ମୂଲ୍ୟ ପ୍ରାୟ ୫୪ କୋଟି ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ଏହି ଗଞ୍ଜେଇ ଚାଷ ନଷ୍ଟ ସମୟରେ ଅବକାରୀ ବିଭାଗ ସହ ଜିଲ୍ଲା ପୋଲିସର ମିଳିତ ଚଢ଼ାଉ କରି ପଦକ୍ଷେପ ନିଆଯାଉଛି ।

Related posts

ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଭୟଙ୍କର ଖଣ୍ଡଯୁଦ୍ଧ

mahabharatanews

ବଳି ପଡିଲା ଆଉ ଜଣେ ମୁମ୍ବାଇ ନିର୍ଭୟା

mahabharatanews

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

mahabharatanews