ଓଡିଶା

ମଶା ବଂଶ ବୃଦ୍ଧି ହେତୁ ଆମ ଆଦାମ ପାର୍ଟି ପକ୍ଷରୁ ବିକ୍ଷୋଭ

ପୁରୀ : ପୁରୀ ସହର ରେ ମଶା ବଂଶ ଅହେତୁକ ବୃଦ୍ଧି ହେବାରେ ଲାଗିଛି । ଫଳରେ ଅତ୍ୟାଧିକ ମଶା ଯୋଗୁ ସହର ବାସୀ କଲ ବଲ ହେଉଛନ୍ତି । କି ଦିନ କୁ ରାତି ଲୋକ ମାନେ ମଶାଙ୍କ ଉତ୍ପାତକୁ ନେଇ ତ୍ରାହି ତ୍ରାହି ଡାକି ଲେଣି। ହେଲେ ପୌରପାଳୀକା ପକ୍ଷରୁ ନା ମଶା ଧୁଆଁ ଦିଆଯାଉଛି ନା ମଶା ତେଲ ଡ୍ରେନ ପକାଯାଇଚି। ପୁରୀ ପୌର ପାଳୀକା ନିର୍ବାହୀ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ମଶା ସମସ୍ୟା ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଚି । ଏହାର ପ୍ରତିବାଦ ରେ ଆଜି ଆମ୍ ଆଦମୀ ପାର୍ଟି ପକ୍ଷରୁ ପୁରୀ ପୌର ପାଳୀକା ଆଗରେ ବିକ୍ଷୋଭ କରଯାଇଛି । ତୁରନ୍ତ ପୁରୀ ପୌର ପାଳିକା ପକ୍ଷରୁ ମଶା ନିୟନ୍ତ୍ରଣ ପାଇଁ ସବୁ ୱାର୍ଡ ରେ ମଶା ଧୁଆଁ ବୁଲାଇବା, ମସା ତେଲ ସିଞ୍ଚନ, ଘାସ ବୁଦା ଓ ଡ୍ରେନ ସଫେଇ କରିବା ପାଇଁ ଦାବୀ କରିଚି ଆମ୍ ଆଦମୀ ପାର୍ଟି । ତୁରନ୍ତ ସରକାର ଅପାରଗ ପୁରୀ ପୌର ପାଳୀକା କାର୍ୟ୍ୟ ନିର୍ବାହୀ ଅଧିକାରୀ ଙ୍କୁ ହଟାଇ ଜଣେ ଦକ୍ଷ ଅଫିସର୍ ଙ୍କୁ ପୁରୀ ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଦେବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଚି । ଆମ୍ ଆଦମୀ ପାର୍ଟି ର ପୁରୀ ଜିଲ୍ଲା ଆବାହକ ସଞ୍ଜୀବ ମାହାନ୍ତି ଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

Related posts

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଏଞ୍ଜେଲ ଜିଜ୍ଞାସା ପ୍ରିୟାନ୍ସି

mahabharatanews

ଆସନ୍ତା କାଲି ଇଡକୋର କଳଙ୍କିତ ନାୟକଙ୍କ ନିଷ୍କଳଙ୍କ ଅବସର!

mahabharatanews

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

mahabharatanews