ଓଡିଶାଦୁର୍ଘଟଣା

ପୁଣି ଓଲଟିଲା ଯାତ୍ରୀବାହୀ ବସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ପୁଣି ଓଲଟି ପଡିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ 10ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ବସଟି ମହାଲକ୍ଷ୍ମୀ ବୋଲି ଜଣାପଡିଥିବା ବେଳେ ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ହୋଇଛି ଦୁର୍ଘଟଣା । ଆହତ ମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ବ୍ରେକ ଫେଲ ହେତୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିବା ବେଳେ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି ।

Related posts

ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ପାରଳା ସହରରେ ସଚେତନତା କାର୍ଯ୍ୟକ୍ରମ

mahabharatanews

ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କୁ ଆକ୍ରମଣ: କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

mahabharatanews

ଦ୍ରୁତଗତିରେ ବାଇକ୍ ଚଳାଇ ଯୁବକ ମୃତ

mahabharatanews