ଓଡିଶା

ଡଙ୍ଗାର ଇନ୍ସୁରାନ୍ସ ଏବଂ ଫିଟନେସ ଦେଖି ଚିଲିକା ଯାତ୍ରା କରନ୍ତୁ

ଚିଲିକା : ଚିଲିକାରେ ଡଙ୍ଗା ଚଳାଚଳ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାଲୁଗାଁ ହାଇସ୍କୁଲଠାରେ ଚିଲିକା ତହସିଲଦାର , ବାଲୁଗାଁ ଏସ୍ ଡି ପି ଓ, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ଜଳପଥ ପରିବହନ ବିଭାଗ, ବିଭିନ୍ନ ଡଙ୍ଗା ଆସୋସିଏସନର ସଭାପତି ,ସମ୍ପାଦକ ମଧ୍ୟରେ ଚିଲିକାରେ ଡଙ୍ଗା ଚଳାଚଳ ସ୍ଵାଭାବିକ ହେବା ଏବଂ ଚିଲିକାକୁ ଆସୁଥିବା ଦର୍ଶକଙ୍କ ଜୀବନ ପ୍ରତି କୌଣସି ବିପଦ ନ ସୃଷ୍ଟି ହେବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଡଙ୍ଗା ଗୁଡିକର ଫିଟନେସ୍ ଲାଇସେନ୍ସ ବୈଧ ଏବଂ ଆବଶ୍ୟକ ପରିମାଣର ଲାଇଫ୍ ଜ୍ୟାକେଟ, ଲାଇଫ ବୟ ସହିତ ତାଲିମ୍ ପ୍ରାପ୍ତ ଚାଳକ ନିୟୋଜିତ ପାଇଁ ଗୁରୁତ୍ଵ ଦେଇଥିଲେ ବାଲୁଗାଁ ଏସ ଡି ପି ଓ ମାନସ ରଞ୍ଜନ ବାରିକ। ବୈଠକରେ ଆଲୋଚନା ହୋଇଥିବା ସମସ୍ତ ତଥ୍ୟକୁ ଜିଲ୍ଲାପାଳଙ୍କ ନଜରକୁ ଆଣି ତାହା କାର୍ୟ୍ୟକାରୀରେ ପରିଣତ କରିବେ ବୋଲି ଚିଲିକା ତହସିଲଦାର ପ୍ରଦୀପ ସାହୁ ଉପସ୍ଥିତ ଥିବା ସମସ୍ତ ସଦଶ୍ୟଙ୍କୁ ପ୍ରତିଶୃତି ଦେଇଥିଲେ।

 

Related posts

୨୯ ତାରିଖରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

mahabharatanews

ଆସନ୍ତା ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ! ବଢ଼ିପାରେ ବର୍ଷାର ପ୍ରଭାବ

mahabharatanews

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପାଇଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

mahabharatanews