ଓଡିଶାଶିକ୍ଷା

ଶିଶୁ ମନ୍ଦିରରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛି

କଳାହାଣ୍ଡି/ଗୋଲାପ ସାହୁ : ଜୟପାଟଣା ଶିଶୁ ମନ୍ଦିର ରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ଅଶାରାମଜି ଆଶ୍ରମ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଶିଶୁ ମନ୍ଦିର ର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ବହୁ ଅଭିଭାବକ ଉପସ୍ଥିତ ଥିଲେ । ପୁଅ ଝିଅ ମାନେ ବାପା ମା ଙ୍କୁ ପୂଜାର୍ଚ୍ଚନା କରିବା ସହ ପିତାମାତାଙ୍କୁ ଜୀବନର ଶେଷ ପର୍ୟ୍ୟନ୍ତ ସେବା କରିବା ପାଇଁ ସଂକଳ୍ପ ନେଇଥିଲେ । ଏଥିରେ ଉଭୟ ମାତାପିତା ସହ ପୁଅଝିଅ ମାନେ ମଧ୍ୟ ଭାବବିହ୍ଵଳ ହୋଇଥିଲେ । ୧୪ ଫେବ୍ରୁଆରୀ କୁ ପାଶ୍ଚାତ୍ୟ ସଭ୍ୟତାରେ ଭେଲେଣ୍ଟାଇମ ଦିବସ ରୂପେ ପାଳନ କରୁଥିବା ବେଳେ ଏହାର ପ୍ରଭାବରେ ଯୁବପିଢ଼ି ପଥଭ୍ରଷ୍ଟ ହେବା ସହ କୂପଥଗାମୀ ହେଉଛନ୍ତି । ମିଥ୍ୟା ପ୍ରେମରେ ପଡି ନିଜ ଜୀବନର ଓଜତେଜ ନଷ୍ଟ କରିବା ସହ ପ୍ରାପ୍ତ ବୟସ୍କରୁ ହିଁ ଭୁଲ ରାସ୍ତା ବାଛୁଛନ୍ତି । ମାତା,ପିତାଙ୍କୁ ଅନାଦର କରିବା ସହ ଜୀବନର ଶେଷ ମୁହୂର୍ତ୍ତରେ ତାଙ୍କୁ ବୃଦ୍ଧାଆଶ୍ରମରେ ଛାଡି ଦେଉଛନ୍ତି ତ କେଉଁଠି ତାଙ୍କୁ ପଶୁ ଭଳି ବ୍ୟବହାର କରାଯାଉଛି । ଯୁବା ହେଉଛନ୍ତି ଆମ ଦେଶର ଆଗାମୀ ଭବିଷ୍ୟତ । ତେଣୁ ଏହାର ନିରାକରଣ ପାଇଁ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ରୂପେ ପାଳନ କରାଯାଉଛି। କାର୍ୟ୍ୟକ୍ରମ ଜରିଆରେ ମା ବାପା ଙ୍କୁ ସେବାଯତ୍ନ କରିବା ପାଇଁ ପ୍ରେରଣା ଦିଆଯାଉଛି । କାରଣ ପ୍ରତେକ ମଣିଷର ମା ବାପା ହେଉଛନ୍ତି ଜୀବନ୍ତ ଠାକୁର, ସେମାନେ ଆମ ପାଇଁ କେତେ କଷ୍ଟ ସହି ଆମକୁ ଲାଳନ ପାଳନ କରିଥାନ୍ତି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ଯୋଗ ଦେଇଥିବା ବେଳେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ,ଗୁରୁମାଙ୍କ ସହ ଆଶ୍ରମର ଭାଇ ମାନେ ଉପରକୁ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ଅଭିଭାବକ ମହଲରେ ଏହି କାର୍ୟ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।

Related posts

ବେଳାଭୂମିରୁ ମୃତ ତିମି ଉଦ୍ଧାର

mahabharatanews

ବିଜେପି କାର୍ଯ୍ୟକାରିଣୀର ବୈଠକର ଆଜି ଶେଷ ଦିନ

mahabharatanews

ମୌଳିକ ସମସ୍ୟାର ସମାଧାନ ପାଇଁ ପଞ୍ଚାୟତବାସୀଙ୍କ ଦାବିପତ୍ର

mahabharatanews