ଓଡିଶା

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଲା କାର

ପୁରୀ : ବିରଗୋବିନ୍ଦ ପୁର ଛକରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଲା କାର । ଧକ୍କା ହେବା ଫଳରେ କାର ରେ ଲାଗିଲା ନିଆଁ । କାର ରେ ଥିବା ୩ ଗୁରୁତର, ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲ ସ୍ଥାନାନ୍ତରିତ। ସୂଚନା ଅନୁସାରେ ସନିବାର କାର ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଗତି କରୁଥିବା ବେଳେ ବିରଗୋବିନ୍ଦ ପୁର ଛକରୁ କିଛି ବାଟ ପରେ ରାସ୍ତା ପାର୍ଶ୍ଵରେ ଥିବା ଦୋକାନ ଓ ବିଦ୍ୟୁତ ଖୁଣ୍ଟ ରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ କାର ର ଗ୍ୟାସ ଟାଙ୍କି ଫାଟି କାର ରେ ନିଆଁ ଲାଗିଯାଇଥିଲା । କାରରୁ ସ୍ଥାନୀୟ ଲୋକମାନେ କାର ରେ ଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ପଠାଇଛନ୍ତି । ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେରେ ଜଣେ ୮/୯ ବର୍ଷ ର ପିଲା ଥିବା ସ୍ଥାନୀୟ ଲୋକମାନେ କହୁଥିଲା ବେଳେ କାର ରେ ୪ଜଣ ଲୋକ ଥିଲେ ବୋଲି କହିଛନ୍ତି । ଘଟଣା ସ୍ଥଳରେ ସତ୍ୟବାଦୀ ପୋଲିସ ଅଗ୍ନିଶମ କର୍ମଚାରୀ ପହଂଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି।

Related posts

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

mahabharatanews

 ପରିକ୍ରମା ପ୍ରକଳ୍ପ: ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ 

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews