ଓଡିଶା

ଭୈରାଗିପୁଟ ଜଙ୍ଗଲରେ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ

କୋରାପୁଟ : ନନ୍ଦପୁର ବ୍ଲକ ଅନ୍ତର୍ଗତ ଖେମୁଣ୍ଡୁଗୁଡ଼ା ପଞ୍ଚାୟତର ଭୈରାଗିପୁଟ ଗ୍ରାମରେ ରେଞ୍ଜର ନନ୍ଦପୁର ସେକ୍ସନରେ ଥିବା ଭୈରାଗିପୁଟ ଗ୍ରାମରେ ଜଙ୍ଗଲ ଜଳି ଛାରଖାର ହୋଇଯାଇଛି । ଆଜି ଅପରାହ୍ନ ୨ଟା ସମୟରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବାରୁ ଅନେକ ମୂଲ୍ୟବାନ ଗଛ ଜଳିପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ନନ୍ଦପୁର ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିଥିବାରୁ କୌଣସି ନେଟୱାକ ନଥିବାରୁ ଫୋନ ଯୋଗାଯୋଗ ହୋଇପାରିନଥିଲା ପୋରେଷ୍ଟ ଡ଼ିପାରମେଣ୍ଟ ଅଧିକାରୀଙ୍କୁ ମଧ୍ୟ ଫୋନ ଯୋଗାଯୋଗ କରିଥିବାରୁ କୌଣସି ଫୋନ ଲାଗିନଥିଲା । ଭୈରାଗିପୁଟ ନିକଟରେ ଥିବା ଜଙ୍ଗଲରେ ନିଆଁ ।ହୁତୁ ହୁତୁ ହୋଇ ଜଳିଲା ଜଙ୍ଗଲ । ଫଳରେ ବହୁ ମୂଲ୍ୟବାନ ଗଛ ଗୁଡିକ ମଧ୍ୟରୁ ନିଆଁରୁ ସମ୍ପୂର୍ଣ୍ଣ ଗଛ ଲତା ପଡିଯାଇଥିଲା ।

ଜଙ୍ଗଲ ବିଭାଗର ବ୍ୟାପକ ସଚେତନତା ପରେ ମଧ୍ୟ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଖେମୁଣ୍ଡୁଗୁଡ଼ା ପଞ୍ଚାୟତର ଭୈରାଗିପୁଟ ଗ୍ରାମର ପାହାଡ଼ ଜଙ୍ଗଲରେ ଆଜି କେହି ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଥିଲେ । ଫଳରେ ପ୍ରବଳ ଖରା ଯୋଗୁଁ ତତକ୍ଷଣାତ ନିଆଁ ବ୍ୟାପି ଯାଇଥିଲା । କୌଣସି ବ୍ୟକ୍ତି ମଧ୍ୟ ନିଆଁ ଲାଗିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ ନିଆଁକୁ ଆୟତ କରିପାରି ନଥିଲେ। ଘଟଣା ସ୍ଥଳରେ ଜଣେ ସାମ୍ବାଦିକ ଦଶରଥ ମାଛ ରିପୋର୍ଟର ଟୁଡେ ପ୍ରତିନିଧି ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ କିନ୍ତୁ ପ୍ରବଳ ଖରା ଯୋଗୁଁ ତତକ୍ଷଣାତ ଅଧିକା ନିଆଁ ବ୍ୟାପି ଯାଇଥିଲେ ମଧ୍ୟ ନିଆଁ କୁ ଆୟତ କରିପାରିନଥିଲେ। ଏହି ଜଙ୍ଗଲରେ ବିଭିନ୍ନ ଆୟୁର୍ବେଦ ଔଷଧ ଚେର ମୁଲି ଥିବା ବେଳେ ଜଙ୍ଗଲରେ ନିଆଁ ଲଗାଯାଇଥିବା ଦେଖିବାକୁ ମିଳିଛି । ଏଥି ପ୍ରତି ଜଙ୍ଗଲରେ ଦୃଷ୍ଟି ଆକର୍ଷଣ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଦ୍ଵାୟିତ୍ୱ ଦେବା ଉଚିତ ।

Related posts

କୁଆଖାଇ ନଦୀରେ ଭାସିଯାଇ ୨ ଯୁବକ ନିଖୋଜ

mahabharatanews

୩୧ ଯାଏ ନବରଙ୍ଗପୁର ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ

mahabharatanews

କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ପିଇଓ ନିଲମ୍ବିତ

mahabharatanews