ଅପରାଧଓଡିଶା

କେନାଲ ବନ୍ଧ କଡରେ ପଡିଛି ୫ ବସ୍ତା ଗୋମାଂସ !

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ଜଗତପୁର ଥାନା ବାରଗୋଡିଆ ନିକଟ କେନାଲ ବନ୍ଧ କଡରେ ୫ ବସ୍ତା ଅଖାରେ ମୁହଁ ବନ୍ଧାହୋଇ ଗୋମାଂସ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଂସ ଗୁଡିକ ପଡି ପଚି ଯିବାରୁ ସ୍ଥାନୀୟ ଅଂଚଳରେ ଦୁର୍ଗନ୍ଧରେ ପସି ହେଉନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। କୁଆ କୁକୁର ସହ ବିଲୁଆମାନେ ଅଖାକୁ କାଟି ଖାଉଥିବାରୁ ଦୁର୍ଗନ୍ଧ ହେଉଥିବା ବେଳେ ଲୋକମାନେ ଯାତାୟାତ କରିବା ସହ ବସବାସ କରିବା କଷ୍ଟକର ବ୍ୟାପାର ହୋଇପଡିଛି। କେହି ଦୁର୍ବୁତ୍ତ ଗୋମାଂସ ଧରାପଡିବା ଭୟରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ଏନେଇ ସ୍ଥାନୀୟ ସରପଞ୍ଚ ପୋଲିସକୁ ଲିଖିତ ଭାବେ ସୂଚନା ଦେଇଥିବା ବେଳେ କିଭଳି ଏଠାରେ ଗୋମାଂସ ଫୋପଡା ହେଉଛି ଆଉ ଏହା ପଛରେ କେଉଁ ମାନେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଂଚଳବାସୀ ଦାବି କରିଛନ୍ତି।

Related posts

ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

ପ୍ରଧାନ ଶିକ୍ଷକଙ୍କୁ ଗ୍ରାମବାସୀ ଙ୍କ ବିଦାୟ କାଲିନ ସମ୍ବର୍ଦ୍ଧନା

mahabharatanews

ଜୋରରେ ମରି ଭାସିଲେ ଚାଇନା ପ୍ରଜାତିର ମାଛ

mahabharatanews