ଓଡିଶା

ଧରା ହେଲା ଚୋରା କୋଇଲା ବୋଝେଇ ଗାଡି

ଅନୁଗୋଳ/ ସୁଧାକାର ସାହୁ:ଚୋର ଘର ସବୁଦିନ ଅନ୍ଧାର ରହିନଥାଏ । ଦିନେନା ଦିନେ ଆଲୋକ ହୋଇ ଥାଏ ଆଉ ଚୋର ଧରା ବି ପଡିଥାଏ । ଏମିତି ବହୁ ଆଗରୁ ଚାଲିଥିଲା ଚୋରା କୋଇଲା କାରବାର । ଟ୍ରକ ଟ୍ରକ କୋଇଲା ହେଉଥିଲା ଚୋରି । ଅନୁଗୋଳ ଜିଲ୍ଲା ତାଳବେଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଓ.ଆଇ. ଏସ. ଏଫଙ୍କ ହାତରେ ଧରାପଡିଛି ଚୋରା କୋଇଲା ବୋଝେଇ ଗାଡି ।
ଖବରନୁଯାୟୀ ଆଜି ସକାଳେ ଓ.ଆଇ. ଏସ. ଏଫ ର ଟିମ ଲିଙ୍ଗରାଜ କୋଲ କରିଡର ରାସ୍ତାରେ ପେଟ୍ରୋଲିଂ କରୁଥିଲା । ସେହି ସମୟରେ ତାଳବେଡା ପିତାବଳୀ ପଡିଆରେ ଏକ ହାଇବା ଗାଡି ଦେଖିବାକୁ ପାଇ ଥିଲେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ସୁରକ୍ଷା କର୍ମଚାରୀ ମାନେ ହାଇବା ଗାଡି ପାଖକୁ ଯାଇଥିଲେ କିନ୍ତୁ ସୁରକ୍ଷା କର୍ମଚାରୀ ମାନେ ପହଁଚିବା ପୂର୍ବରୁ ଗାଡି ଚାଳକ ଦ୍ରୁତ ଗତି ଗାଡି ନେଇ ଫେରାର ହୋଇଥିଲା କିନ୍ତୁ ସାହସ ର ସହିତ OISF କର୍ମଚାରୀ ମାନେ ଗୋଡ଼ାଇ ସେ ହାଇବା ଗାଡି କୁ ଏକ ଜଙ୍ଗଲ ଭିତରୁ ଧରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଚତୁରତା ର ସହ ଗାଡି ଚାଳକ ଗାଡିରୁ ଡେଇଁ ଜଙ୍ଗଲ ଭିତରକୁ ପଳାଇ ଥିଲା । ଘଟଣା ସ୍ଥଳ ରୁ ଏକ କ୍ରେନ ଓ ଜଙ୍ଗଲ ଭିତରୁ ଏକ ହାଇବା ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି OISF ଟିମ୍।

Related posts

ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ଏହି ମାସର ପ୍ରଥମ ସପ୍ତାହରେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

mahabharatanews

୨୦ରୁ ୨୨ ବର୍ଷିବ ପ୍ରବଳ

mahabharatanews