ଓଡିଶାଦୁର୍ଘଟଣା

ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା: ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି୪୨ ଗ୍ରାମରେ । ଏପିଆର ପୋଲିସ କନେଷ୍ଟବଳ ଙ୍କ ମୃତ ଦେହ ଏକ ବରଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମ ବସି । ତୁରନ୍ତ ଗ୍ରାମ ବାସି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ପୋଲିସ କନେଷ୍ଟବଳ ଜଣେ ହେଉଛନ୍ତି ସୁଶାନ୍ତ ହାଲଦାର । ମୃତ ସୁଶାନ୍ତ ଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଇଥିବା ବେଳେ ସେ ମାଲକାନଗିରି ଏମଭି ୪୨ ଗ୍ରାମରେ ବିବାହ କରିଥିଲେ। ତେବେ ପୋଲିସ ସୁକାନ୍ତଙ୍କ ପକେଟରୁ ୭ଟି ହାତ ଲେଖା ସୁଇସାଇଡ ନୋଟ ପାଇଥିବା ବେଳେ ପରିବାର ଲୋକଙ୍କ ଉପସ୍ଥିତିରେ ମୃତ ଦେହକୁ ଓହ୍ଲାଇ ଶବ ବ୍ୟବଛେଦପାଇଁ ପଠାଇଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥବବା ବେଳେ ସୁକାନ୍ତଙ୍କ ମୃତ୍ୟୁ ଉପରେ ତଦନ୍ତ ଜାରି ରଖିଛି ପୋଲିସ ।

Related posts

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

mahabharatanews

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

mahabharatanews

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews