ଭାରତ

ବିଜେପିରେ ଯୋଗ ଦେଲେ ଭାରତର ପ୍ରଥମ ରାଜ୍ୟପାଳଙ୍କ ନାତି

ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ନେତା ତଥା ସ୍ୱାଧୀନ ଭାରତର ପ୍ରଥମ ରାଜ୍ୟପାଳ ଜେନେରାଲ ସି. ରାଜାଗୋପାଲାଚାରୀଙ୍କ ନାତି ସି.ଆର କେସବନ୍ ବିଜେପିରେ ଯୋଗ ଦେଇଛନ୍ତି। ସି.ଆର କେସବନ୍ ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ କେସବନ୍ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ଆଜି ବିଜେପିରେ ଯୋଗଦେବା ପରେ କେସବନ୍ କହିଛନ୍ତି, “ମୋତେ ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ-ବିଜେପିରେ ଅନ୍ତର୍ଭୁକ୍ତ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି, ବିଶେଷ କରି ଯେଉଁ ଦିନ ଆମ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ଅଛନ୍ତି। ପୂର୍ବତନ କଂଗ୍ରେସ ନେତା କେସବନ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ-କେନ୍ଦ୍ରୀତ ନୀତି, ଦୁର୍ନୀତିମୁକ୍ତ ଶାସନ ଏବଂ ସଂସ୍କାରମୂଳକ ନେତୃତ୍ୱ ଅଭିବୃଦ୍ଧି ଭାରତକୁ ଏକ ଦୁର୍ବଳ ଅର୍ଥନୀତିରୁ ବିଶ୍ୱର ୫ ତମ
ବୃହତ୍ତମ ଅର୍ଥନୀତିରେ ପରିଣତ କରିଛି।

Related posts

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ଦିଆଗଲା ଭାତ ସହ ଲଙ୍କାଗୁଣ୍ଡ

mahabharatanews

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଚମ୍ପାଇ ସୋରେନ

mahabharatanews

୨୨ଦିନରେ ଇସ୍ରାଏଲ୍ ହାମାସ୍ ଯୁଦ୍ଧ

mahabharatanews