ଓଡିଶା

ଦିନ ଦ୍ୱିପ୍ରହରରେ ବନ୍ଧନ ବ୍ୟାଙ୍କ ସମ୍ମୁଖରୁ ଗ୍ଲାମର ବାଇକ ଚୋରି

ହିନ୍ଦୋଳ/ଗୌତମ ମୁଦୁଲି : ଦିନ ଦ୍ୱିପ୍ରହରରେ ବନ୍ଧନ ବ୍ୟାଙ୍କ ସମ୍ମୁଖରୁ ଗ୍ଲାମର ବାଇକ ଚୋରି | ସେପଟେ ହିନ୍ଦୋଳ ପୋଲିସ ପକ୍ଷରୁ ଚାଲିଛି ଜୋରଦାର ଚେକିଂ | ପୋଲିସ ଷ୍ଟେସନ ଠାରୁ ମାତ୍ର 100ମିଟର ଦୂରରେ ହୋଇଥିଲା ଚୋରି | କେବେ ବାଇକ ଚୋରି ତ କେବେ ଟଙ୍କା ଚୋରି ପୋଲିସ ପାଇଁ ଚ୍ୟାଲେଞ ସାଜିଛି | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ବସ ଷ୍ଟାଣ୍ଡ ଛକ ନିକଟରେ ଥିବା ବନ୍ଧନ ବ୍ୟାଙ୍କ ଶାଖା ସାମ୍ନାରୁ ବୁଧବାର ଦିନ ପ୍ରାୟ ୧୦.୩୦ ମିନିଟ ସମୟରେ କେହି ଦୃବୁତ ଏକ ଗ୍ଲାମର ମଟର ସାଇକେଲ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ ବ୍ୟାଙ୍କ ଶାଖା କର୍ମଚାରୀ ରାକେଶ ସାହୁ ( ଢେ଼ଙ୍କାନାଳ ସଦର) ଅଞ୍ଚଳର ନିଜ ଗ୍ଲାମର ମଟର ସାଇକେଲ ନଂ ଓଡି ୦୬- ଇ -୮୪୧୪ କୁ ବ୍ୟାଙ୍କ ସମ୍ନାରେ ଲକ ପକାଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । କିଛି ମାତ୍ର ସମୟ ପରେ ସେ କୌଣସି କାମ ବାହାରକୁ ଆସି ଦେଖିବlରୁ ତାଙ୍କ ଗାଡିଟି ସେଠାରେ ନଥିଲା। ଏହି ଘଟଣାକୁ ନେଇ ବ୍ୟାଙ୍କ ମଧ୍ୟରେ ଖୁବ ଆଲୋଚନା ହେବା ସହ ଗାଡି ଚୋରି ନେଇ ସେ ହିନ୍ଦୋଳ ଥାନରେ ଲିଖିତ ଭାବେ ଅଭିଯୋଗ ଦେଇଥିଲେ । ଥାନା ଅଧିକାରିଣୀ ଚାରୁଲତା ବେହେରା ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ବ୍ୟାଙ୍କର ସର୍କିଟ କ୍ୟାମେରାକୁ ଚଲାଇ ତନ ତନ କରି କଏଦ ହେଇ ଥିବା ଭିଯୁଆଲ ଗୋଡିକୁ ଖୋଜା ଖୋଜି କରି ଥିଲେ। ଏନେଇ ସାନ୍ଧ୍ୟl ସୁଦ୍ଧା ବାଇକ ଚୋରକୁ ଠାବ କରାଯାଇ ନଥିଲେ ମଧ୍ୟ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।

Related posts

ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

mahabharatanews

ମେଳଣରେ ଆତସବାଜୀ ବେଳେ ୨୦ ଆହତ

mahabharatanews

ମହିଳାଙ୍କୁ ଧକ୍କା ଦେଇ ଓଲଟିଲା କାର, ମହିଳା ମୃତ

mahabharatanews