ଅପରାଧବିଶ୍ୱରାଜନୀତି

ଜାପାନ ପ୍ରଧାନମନ୍ତ୍ରୀଙ୍କ ସଭାରେ ଫୁଟିଲା ବୋମା

ଟୋକିଓ:ଆଜି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଉପରେ ସ୍ମୋକ୍ ବମ୍ ହମ୍ଲା । ଏହି ଆକ୍ରମଣରୁ ଫୁମିଓ ଅଳ୍ପତେ ମର୍ତ୍ତି ଯାଇଥିଲେ । କୌଣସି କ୍ଷତି ହୋଇନାହିଁ । ସଭାସ୍ଥଳରୁ ତାଙ୍କୁ ସୁରକ୍ଷାର ସହ ଉଦ୍ଧାର କରାଯାଇଛି ।ଆଜି ଏକ ଭିଡିଓ ଦେଖିବାକୁ ମିଳିଥିଲା ସେଠାରେ ଉପସ୍ଥିତ ଲୋକେ ଜୀବନ ରକ୍ଷାପାଇଁ ସେଲଟର୍ ରୁମ୍କୁ ଦୌଡ଼ିଥିଲେ । କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ । ଏହି ବିସ୍ଫୋରଣ ଓ୍ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଭାଷଣ ଆରମ୍ଭ ହେବାର ଠିକ ପୂର୍ବରୁ ହୋଇଛି। ଏହି ସମୟରେ ଖୁବ ଜୋରରେ ବିସ୍ଫୋରଣର ଶବ୍ଦ ଶୁଭିଥିଲା। ସୂଚନା ଅନୁଯାୟୀ, ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଉପରେ ସ୍ମୋକ ବମ ଦ୍ୱାରା ଆକ୍ରମଣ କରାଯାଇଥିଲା ।
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅପରାଧୀଙ୍କୁ ପୋଲିସ ଧରି ନେଇଛନ୍ତି । ଏହି ଘଟଣା ସେହି ସମୟରେ ହୋଇଥିଲା ଯେତେବେଳେ ଜାପାନ ପ୍ରଧାନମନ୍ତ୍ରୀ ଶାସକ ଲିବରଲ ଡୋମୋକ୍ରାର୍ଟିକ ପାର୍ଟିର ଜାଣେ ପ୍ରାର୍ଥୀଙ୍କ ସହ ସ୍ପିଚ ଦେବାର ଥିଲା।

Related posts

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ: ‘‘ମିଳିମିଶି ଲଢ଼ିବା, କରୋନାକୁ ହରାଇ”

mahabharatanews

ସଭାମଞ୍ଚରେ ହଠାତ୍ କର୍ମୀଙ୍କ ଉପରେ ରାଗିଗଲେ ଖଡଡେ ।

mahabharatanews

ବେଆଇନ୍ ମଦ ଚାଲାଣବେଳେ ୨ ଗିରଫ

mahabharatanews