ଖେଳଭାରତ

ଧାୱନଙ୍କ ଆହତ ନେଇ ଚିନ୍ତାରେ ପଞ୍ଜାବ

ମୋହାଲି: ଗୁରୁବାର ଚଳିତ ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ତା’ ‌ଘରୋଇ ଷ୍ଟାଡିୟମ ମୋହାଲି‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଭେଟିବ। ଏହି ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ ଖେଳିପାରିନଥିଲେ। ତେବେ ସାମ୍‌ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଇଥିଲା। ଦଳର ଏହି ବିଜୟରେ ଜିମ୍ବାୱେ ଅଲ୍‌ରାଉଣ୍ଡର ସିକନ୍ଦର ରାଜା ଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ ସିଂହ ଓ ଶାହରୁଖ ଖାନ୍‌ ମୂଲ୍ୟବାନ ଅବଦାନ ରଖିଥିଲେ। ତଥାପି ଧାୱନ୍‌ଙ୍କ ଅନୁପସ୍ଥିତି ପଞ୍ଜାବ ପାଇଁ ଓପନିଂ ସମସ୍ୟା ସୃଷ୍ଟି କରିଥିଲା। ତାଙ୍କ ସାଥୀ ପ୍ରଭସିମ୍ରନ ସିଂହ ଙ୍କ ସହ ଅର୍ଥବ ତାଇଦେ (୦) ଓପନିଂ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ‌ବୋଲିଂରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ କରନ ନିଜ କାର୍ଯ୍ୟ ଠିକ୍‌ରେ ତୁଲା‌ଉଥିଲା ବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା। ସଂପ୍ରତି ପଞ୍ଜାବ ୫ ମ୍ୟାଚ୍‌ ଖେଳି ୬ ପଏଣ୍ଟ ସହ ଟେବୁଲର ପଞ୍ଚମରେ ରହିଛି।

Related posts

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଶୁଭେଚ୍ଛା  

mahabharatanews

ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦ

mahabharatanews

ଆଜି ସୁପ୍ରିମକୋର୍ଟ ପାଳିବ ହୀରକ ଜୟନ୍ତୀ 

mahabharatanews