ଓଡିଶା

ବହଳଦା ବ୍ଲକରୁ ଉଦ୍ଧାର ହେଲା ଗୁପ୍ତଚର ପାରା, ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତଥା ତିରିଂ ଥାନା ଅନ୍ତର୍ଗତ ସୁରଦା-ଯଶିପୁର ଗ୍ରାମରୁ ସନ୍ଦେହ ଜନକ ଗୁପ୍ତଚର ପାରା ଉଦ୍ଧାର ହୋଇଛି। ସେହି ପାରାଟିକୁ ଝରାଡିହି ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ। ସୂଚନା ଅନୁସାରେ ଯଶିପୁର ଗ୍ରାମ ସ୍ଥିତ ମନସା ମାଆଙ୍କ ମନ୍ଦିରରେ ଏକ ଧଳା ଓ ଧୂସର ରଙ୍ଗର ପାରା ଉଡିଆସି ଗତ ରବିବାର ଦିନ ଠାରୁ ରହି ଆସୁଥିଲା। ତେବେ ଇତି ମଧ୍ୟରେ ଉକ୍ତ ପାରା ଟି ର ଗୋଡ ରେ ଇଂରାଜୀ ସଂଖ୍ୟା ଲିଖିତ ଯନ୍ତ୍ରପାତି ଖଞ୍ଜିତ ହୋଇଥିବା ପରି ଦେଖି ମନ୍ଦିର ପୂଜକ’ଙ୍କ ସନ୍ଦେହ ଉପୁଜିଥିଲା। ପରେ ପରାମର୍ଶ କ୍ରମେ ମନ୍ଦିର ପୂଜକ ନିର୍ମଳ ମହାକୁଡ ଉକ୍ତ ସନ୍ଦେହ ଜନକ ଅଜଣା ପାରା ଟିକୁ ଆଜି ନିକଟସ୍ଥ ଝରାଡିହି ଫାଣ୍ଡିରେ ଜିମା ଦେଇଛନ୍ତି। ଝରାଡିହି ଫାଣ୍ଡି ତଥା ତିରିଂ ଥାନା ଜରିଆରେ ଉପରିସ୍ଥ ଅଧିକାରୀଙ୍କ ତଦନ୍ତ ପରେ ଉକ୍ତ ପାରା ବିଷୟର ଅଧିକେ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।

Related posts

ସିବିଏସଇ ପରୀକ୍ଷାରେ ମଦର ପବ୍ଲିକ ସ୍କୁଲର ସଫଳତା

mahabharatanews

ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍

mahabharatanews

ଦୁର୍ନୀତିମୁକ୍ତ ଦିଗରେ କାମ କରିବ ସାଲେପୁର ପ୍ରାଣୀ ଚିକିତ୍ସାଳୟ

mahabharatanews