ବିଶ୍ୱ

ବିଫଳ ହେଲା ଜାପାନର ହାକୁତୋ-ଆର ମିଶନ୍ -୧

ଫେଲ ହେଲା ଜାପାନର ହାକୁତୋ-ଆର ମିଶନ୍-୧ । ପ୍ରଥମ ଥର ପାଇଁ ଚନ୍ଦ୍ରରେ ଓହ୍ଲାଇଥାନ୍ତା କମର୍ସିଆଲ ଲ୍ୟାଣ୍ଡର । ତାହା ବର୍ତ୍ତମାନ ଫେଲ ମହୋଇଛି । ଘରୋଇ କମ୍ପାନୀ ଲ୍ୟାଣ୍ଡର ଅବତରଣ କରିବାର ଥିଲା । ଜାପାନର ଘରୋଇ କମ୍ପାନି ଆଇସ୍ପେସ୍ ହାକୁତୋ-ଆର୍ ଲ୍ୟାଣ୍ଡରର ନିର୍ମାଣ କରିଛି। ଗତବର୍ଷ ଡିସେମ୍ବର ୧୧ ତାରିଖରେ ଚନ୍ଦ୍ର ଅଭିମୁଖେ ବାହାରିଥିଲା ସ୍ପେସ୍କ୍ରାଫ୍ଟ। ସ୍ପେସ୍ ଏକ୍ସ ରକେଟ ସାହାଯ୍ୟରେ ଫ୍ଲୋରିଡାର କେପ୍ କାନାଭେରାଲରୁ ସ୍ପେସ୍କ୍ରାଫ୍ଟକୁ ପଠାଯାଇଥିଲା। ଟୁଇଟ୍ କରି ଜାପାନର ଘରୋଇ ମହାକାଶ କମ୍ପାନି ‘ଆଇସ୍ପେସ୍’ କହିଛି ଯେ ଆମର ପ୍ରଥମ ‘ହାକୁତୋ-ଆର୍ ମିଶନ୍-୧ ଲୁନାର୍ ଲ୍ୟାଣ୍ଡର୍’ ଜାପାନୀ ସମୟ ଅନୁସାରେ, ମଙ୍ଗଳବାର ରାତି ୧.୪୦ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ଟୋକିଓସ୍ଥିତ ଆମ ମିଶନ୍ କଣ୍ଟ୍ରୋଲ୍ ସେଣ୍ଟର୍ ଉକ୍ତ ଲ୍ୟାଣ୍ଡରର ସଫଳ ଅବତରଣ ବିଷୟରେ ସଠିକ ସୂଚନା ଦେଇପାରୁନାହିଁ। ୩ ମାସ ପରେ, ୮ ଲକ୍ଷ ୭୦ ହଜାର ମାଇଲ ଅତିକ୍ରମ କରି ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିଥିଲା ସ୍ପେସକ୍ରାଫ୍ଟ। ଏହି ଲ୍ୟାଣ୍ଡରରେ ରହିଛି ରୋଭର ରସିଦ୍। ମହାକାଶଯାନ ସହିତ ପୁନଃ ଯୋଗାଯୋଗ ସ୍ଥାପନ କରିବା ଲାଗି ୨୦ ମିନିଟ୍ ଚେଷ୍ଟା କରି ବିଫଳ ହେବା ପରେ ଆଇସ୍ପେସର ସିଇଓ ତାକେଶି ହାକାମାଦା ସଫଳ ଅବତରଣ ନେଇ କୌଣସି ସୁନିଶ୍ଚିତ ହୋଇ ପାରୁନାହୁଁ। ତେଣୁ, ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିନାହୁଁ ବୋଲି ସୂଚନା ରହିଛି । ଏହି ରୋଭରକୁ ନିର୍ମାଣ କରିଛି ଦୁବାଇର ମହମ୍ମଦ ବିନ୍ ରସିଦ ସ୍ପେସ ସେଣ୍ଟର। ଏହା ଆରବ ଦେଶର ପ୍ରଥମ ଲୁନାର ସ୍ପେସକ୍ରାଫ୍ଟ। ବର୍ତ୍ତମାନ ପଯ୍ୟନ୍ତ ବିଶ୍ୱର ତିନିଟି ଦେଶ ଆମେରିକା, ରୁଷ ଓ ଚୀନ ହିଁ ଚନ୍ଦ୍ର ପୃଷ୍ଟରେ ନିୟନ୍ତ୍ରିତ ଢଙ୍ଗରେ ଲ୍ୟାଣ୍ଡର ଅବତରଣ କରାଇ ପାରିଛନ୍ତି ।

Related posts

ଛାତ୍ରଙ୍କ ସହ ଯୌନ ସମ୍ପର୍କ ରଖି ଗିରଫ ହେଲେ ଆମେରିକାର ୬ ଜଣ ଶିକ୍ଷୟତ୍ରୀ

mahabharatanews

ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗ : ୯୬ ବର୍ଷରେ ସ୍କଟଲ୍ୟାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ

mahabharatanews

ଚୀନ୍‌ରେ ଭୂମିକମ୍ପ 

mahabharatanews