ଓଡିଶା

ଲୁଟେରାଙ୍କୁ ଧରିବାବେଳେ ଚଡିଗଲା ଟ୍ରଲର, ୩ ମୃତ

ସୁନ୍ଦରଗଡ଼: ଚୋର ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ । ଲୁଟେରାଙ୍କୁ ଧରିବାକୁ ଗୋଡାଉ ଥିବାବେଳେ ଚଢ଼ିଗଲା ଟ୍ରଲର । ମୃତକଙ୍କ ମଧ୍ୟରେ ଜଣେ ଲୁଟେରା ଅଛନ୍ତି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଥାନା ଅନ୍ତର୍ଗତ ଛତାବର ନିକଟରେ ।ମୃତକମାନେ ହେଲେ ଏକ ଠିକା ସଂସ୍ଥାର ୨ କର୍ମଚାରୀ- ମାନସ କୁମାର ରଥ ଓ ପ୍ରିନ୍ସ ନାୟ଼କ ଏବଂ ଚୋର ବୁଢ଼ା ଚିଟିକି ।ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳରେ ଓଲଟି ପଡିଥିଲା ଟ୍ରଲର। ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ ଗାଡିର ଚକା ଚୋରି ପାଇଁ ଚୋର ଆସିଥିଲେ କିଛି ଲୁଟେରା । ଚୋରକୁ ଘଉଡାଇବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।କିଛି ଦିନହେବ ବାଙ୍କିବାହାଲରୁ ଟପରିଆକୁ ରାସ୍ତା କାମ ଚାଲିଛି। ଏକ ଠିକା କମ୍ପାନୀର କର୍ମଚାରୀମାନେ ସେହିଠାରେ ରହି ରାସ୍ତାକାମ ତଦାରଖ କରୁଛନ୍ତି। କାଲିଠାରୁ ଘଟଣା ସ୍ଥଳରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ। ଉଭୟ ପକ୍ଷ ଧସ୍ତାଧସ୍ତି ହେବା ପରେ ଲୁଟେରାମାନେ ଦଉଡ଼ିଥିଲେ। ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ି ଯାଇଥିଲା ଟ୍ରଲର। ଦୁର୍ଘଟଣାରେ ଠିକା ସଂସ୍ଥାର ୨ କର୍ମଚାରୀ ଓ ଜଣେ ସନ୍ଦିଗ୍ଧ ଲୁଟେରାଙ୍କ ମୃତ୍ୟୁ ଘଟିଛି।

Related posts

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews

ଔପଦାରେ ଦ୍ୱିତୀୟ ବାର ଉଦଘାଟନ ହେଲା କାଫେ

mahabharatanews

ଖରାଛୁଟିରେ ପାଠପଢା ପାଇଁ ଜାରି ହୋଲା ଟୋଲ ଫ୍ରି ନମ୍ବର

mahabharatanews