ଓଡିଶାପର୍ବ ପର୍ବାଣି

ମା’ ପିଣ୍ଡାଙ୍ଗି ବୁଢି ଠାକୁରାଣୀଙ୍କ ଗୁସୁ ପେନୁ ପୂଜା

କନ୍ଧମାଳ / ମୃତୁଞ୍ଜୟ ଦିଗଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତଗତ ପାହିରାଜୁ ପଞ୍ଚାୟତ ର ପେଟୁପ୍ଡିଆ ଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ପିଣ୍ଡାଙ୍ଗି ବୁଡି ଦେବୀ ଙ୍କ ଐତିହାସିକ ପ୍ରସିଦ୍ଧ ଆଦିବାସୀ ଗୁସୁପେନୁ ପୂଜା ଆରମ୍ଭ ହୋଇଯାଇଛି ।ପ୍ରାୟ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ତାଙ୍କ ଏହି ଗୁସୁପେନୁ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ଏହି ପୂଜା ଆରମ୍ଭ କରାଯାଇଛି । ଗାଁ ରେ ରହୁଥିବା ଆଦିବାସି ଓ ହରିଜନ ସମ୍ପ୍ରଦାୟର ୧୦ ଖଣ୍ଡ ଗାଁର ସମସ୍ତ ଗ୍ରାମ ବାସି ମିଳିତ ଭାବେ ଏହି ସୁନ୍ଦରଭାବରେ ମିଳିମିଶି ଏହି ୧୦ ଖଣ୍ଡ ମୌଜା ର ଲୋକ ମାନେମାଁ ପିଣ୍ଡାଙ୍ଗି ବୁଡି ଟାକୁରାଣିକୁ ପୂଜା କରି ଆସୁଛନ୍ତି । ପାହିରାଜୁ,ଡୁଢୁପଙ୍ଗା,ପେଟୁପ୍ଡିଆ,ବୃଡିଗୁଡା, ଗୋବରନଳା,ଗ୍ଲୋଟ ,କ୍ଲାବାସିଙ୍ଗୁ ତାଳୋପଙ୍ଗା,କୁଆଗରା ଗଞ୍ଜୁ,କାପାଡି, ମିଳିମିଶି ମାଁ ବରାଳ ଦେବୀ ପୂଜା କରିଆସୁଥିବା ରୁ ଏହିପୂଜା ସାରା ଅଞ୍ଚଳରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ଚଳିତ ବର୍ଷ ମଧ୍ୟ ମାଁ ପିଣ୍ଡାଙ୍ଗି ବୁଡି ଟାକୁରାଣି ପୂଜା ଆରମ୍ଭ ହୋଇଥିବାବେଳେ ପ୍ରଥମେ ଏକ ଏହି ୧୦ ଖଣ୍ଡ ଗାଁରବିରାଟ ଶୋଭାଯାତ୍ରାରେ ମାଙ୍କ ଆବାହନ କରିବା ପରେ ମନ୍ଦିରରେ ମାଁଙ୍କ ମୁଖ୍ୟ ପୂଜକ ବିଞ୍ଜେ କହଁର,ଦାଶବନ କହଁର ଓ ଅନ୍ୟ ପୂଜକ ମାନଙ୍କ ଦ୍ଵାରା ପୂଜା ଆରମ୍ଭ ହୋଇଥିଲା । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ପୂଜା କମିଟି ସଭାପତି ଶ୍ରୀ କାର୍ତ୍ତିକେଶ୍ଵର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ୟ୍ୟକ୍ରମକୁ ଫୁଲବାଣି ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କମଧ୍ୟରେ କନ୍ଧମାଳ କୁଇ ସମାଜର ଯୁଗ୍ମ ଶାକା ସଭାପତି ଶ୍ରୀ ସୁଦର୍ଶନ କହଁର ପାହିରାଜୁ ସରପଞ୍ଚ କେଶଵ କହଁର ସମିତି ସଭ୍ୟ ଲୁଚନ କହଁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମକୁ ପୂଜା କମିଟି ସଂମ୍ପାଦକ ଶ୍ରୀ ପଞ୍ଚାନନ ପୃଷ୍ଟି ଓ ଲୁପେ କହଁର କମିଟିର ସର୍ବ ବ୍ୟବସ୍ଥା ପ୍ରମୁଖ ଦଳ କହଁର ପୂଜାରି ବିଞ୍ଜେ କହଁର, ଦସବନ କହଁର ବାହକ ରଥ କହଁର, ରାଷ୍ଟ୍ରପତି କହଁର ଡୁଳିଆ ଗୁପ୍ତେ ଦିଗାଲ,ପ୍ରଶ୍ନ ଦିଗାଲ, ତିରି ଦିଗାଲ,ଜଲ୍ଲା ଦିଗାଲ ପୂଜାକାର୍ୟ୍ୟକାରିଣି କମିଟି ସଦସ୍ୟ ବଦ୍ର କହଁର, ଅଭିରାମ କହଁର ,ଅଜୟ , ବିଶେଶ୍ଵର,ତମ୍ବୁ ମନ୍ଧରା ଦିଗାଲ,ଚୈତନ୍ୟ କହଁର ସୁରେସ କହଁରଙ୍କ ସହ ଅନ୍ୟ ସଦସ୍ୟ ଓ ଗ୍ରାମ ବାସି ଉପସ୍ଥିତ ରହି ପରିଚାଳନା କରିଥିଲେ । ଅନ୍ୟ ପଟରେ ପ୍ରଥମ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆପଦର ଗଣ୍ଡାପଡା ର କଳାକାର ମାନଙ୍କ ଦ୍ଵାରା ପୌରାଣିକ ନାଟକ ମହାଭାରତ ପରିବେଷଣ ହୋଇଥିଲା ।

Related posts

ଜେସିବି ଜାଳିଦେଲେ ନକ୍ସଲ

mahabharatanews

ରାଜ୍ୟରେ ବର୍ଷା; ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା

mahabharatanews