ଭାରତରାଜନୀତି

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ

ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ ହାସଲ କରିଛି। କଂଗ୍ରେସ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନେଇଛି। ୨୦୧୮ରେ ଦଳ ମାତ୍ର ୮୦ଟି ଆସନ ଜିତିଥିଲା। ଏଥର ଦଳ ୧୧୮ଟି ଆସନ ଜିତି ସାରିଥିବା ବେଳେ ଆଉ ୧୯ଟି ଆସନରେ ଲିଡ୍ କରୁଛି। ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରି କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ହୋଇଥବା ବେଳେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ତର୍ଜ୍ଜମା ଆରମ୍ଭ ହୋଇଛି । କର୍ଣ୍ଣାଟକ ଫଳାଫଳ ଆସିବା ପରେ ଏବେ ଏମିତି କିଛି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ମୋଟ ୨୨୪ ବିଧାନସଭା ସିଟରୁ ପାଖାପାଖି ୧୩୦ ସିଟ୍ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ବିଜେପିକୁ କର୍ଣ୍ଣାଟକରେ କେବଳ ୬୫ ଭିତରେ ସିଟ୍ ମିଳିପାରେ । ତେଣୁ ଏପରି ସ୍ଥିତିରେ କର୍ଣ୍ଣାଟକ ପରାଜୟ, ବିଜେପିର ମିଶନ୍-୨୦୨୪ ପାଇଁ ବଡ ଟେନସନ୍ ଆଣିଛି । ଅନ୍ୟପଟେ କଂଗ୍ରେସର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ଦଳକୁ ଅଭିନନ୍ଦନ। ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ମୋର ଶୁଭେଚ୍ଛା । ମୁଁ ବିଜେପି କର୍ମୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛି। ଭବିଷ୍ୟତରେ ଆମେ ଅଧିକ ଉତ୍ସାହ ସହିତ କର୍ଣ୍ଣାଟକର ସେବା କରିବୁ ।
କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଅପରାହ୍ନ ୫ ଟା ପର୍ୟ୍ୟନ୍ତ କଂଗ୍ରେସ ୧୦୩ ଟି ସିଟ୍ ଜିତି ୩୩ ଟି ଆସନରେ ଆଗୁଆ ରହିଛି। ବିଜେପି ୫୦ ଟି ଆସନ ଜିତିଛି ଏବଂ ୧୪ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଏପର୍ୟ୍ୟନ୍ତ ମୋଟ ଭୋଟ୍ ଅଂଶର ୪୩.୧୧% ସୁରକ୍ଷିତ କରିଛି।

Related posts

ସମୁଦ୍ରଯାନ ଲଞ୍ଚ କରିବ ଇସ୍ରୋ 

mahabharatanews

ନୂଆଖାଇ ଜୁହାର ଜଣାଇଲେ ମୋଦି

mahabharatanews

ପୌର ନିର୍ବାଚନ ବିଜୟ ପାଇଁ ବିଜୟ ହେବେ ସାହା!

mahabharatanews