(ସମ୍ବଲପୁର) : କଏଦୀ କଲା ଆତ୍ମହତ୍ୟା । ସମ୍ବଲପୁର ସର୍କଲ ଜେଲରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ କଏଦୀ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାନୁଯାୟୀ , ମୃତକ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ(୩୫) । ସେ ଗତକାଲି ଏକ ପାରିବାରିକ କଳହ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ଜେଲକୁ ଆସିଥିଲେ। ଆଜି ବଡ଼ି ଭୋରୁ ସେ ପ୍ରାଣ ହରାଇଥିବା ଜଣାଯାଇଛି।