ଓଡିଶା

ଭଞ୍ଜନଗର ଯାତ୍ରା : ଅପେରା ହେତୁ ପ୍ରବଳ ଭିଡ଼

(ଭଞ୍ଜନଗର) : ଚଳିତ ମାସ ୩ରୁ ଆରମ୍ଭ ହୋଇଯାଇଛି  ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିଲା  । ତେବେ ପାରମ୍ପରିକ ଢାଞ୍ଚାରେ ମାଙ୍କୁ ପୂଜାର୍ଚନା କରାଯାଇଛି ।ଘଣ୍ଟା, ଶଙ୍ଖ ,ହୁହାହୁଳିରେ କମ୍ପି ଉଠୁଥିଲା ସହର ।  କରୋନା ହେତୁ ଦୀର୍ଘ ୬ ବର୍ଷ ପରେ ଆୟୋଜିତ ହୋଇଥିବାରୁ ଅଂଚଳରେ ଖୁସି ର ପରିବେଶ ଦେଖିବାକୁ ମିଳିଛି ।

ଚଳିତ ମାସ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨୪ ତାରିଖ ଯାଏ ଅନୁଷ୍ଠିତ ହେବ  । ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନାବଜାର ଓ ଅପେରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ଶେଷ ହୋଇଛି । ସେପଟେ ଅପେରା ହେତୁ ଟିକେଟ କାଉଣ୍ଟରରେ ଭିଡ଼ ଲାଗିଛି   ।

ସୂଚନାନୁଯାୟୀ, ପ୍ରତି ତିନିବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁମିଳିଛି ।

Related posts

ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ

mahabharatanews

ନନ୍ଦନକାନନରେ ୨ ହାତୀ ଅସୁସ୍ଥ: ରକ୍ତ ନମୁନା ସଂଗ୍ରହ

mahabharatanews

ଏମ୍‌ସରେ ଗରିବ ପାଇବେ ମାଗଣା ଇକ୍‌ମୋ ଚିକିତ୍ସା

mahabharatanews