ମନୋରଞ୍ଜନ

ପଶ୍ଚିମବଙ୍ଗ ପ୍ରେକ୍ଷାଳୟରେ ‘ଦ କେରଳ ଷ୍ଟୋରି

(ମୁମ୍ବାଇ) : ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ପୂର୍ବରୁ ହିଁ ବିବାଦୀୟ  ହୋଇ ରହିଛି । ପଶ୍ଚିମବଙ୍ଗ ସରକାରଙ୍କ ନିଷେଧାଦେଶ ଉପରେ ଗୁରୁବାର ସୁପ୍ରିମ୍‌କୋର୍ଟ ରହିତାଦେଶ ଜାରି କରିଛନ୍ତି। ଏଥି ସହ କେରଳରେ ୩୨୦୦୦ ମହିଳାଙ୍କୁ ଧର୍ମାନ୍ତରୀକରଣ କରାଯାଇ ଆଇଏସ୍‌ଆଇଏସ୍‌ରେ ସାମିଲ କରାଯାଇଥିବା ନେଇ ଫିଲ୍ମରେ ଯେଉଁ ଦ‌ାବି କରାଯାଇଛି, ତାହା କାଳ୍ପନିକ ଓ ତା’ ସପକ୍ଷରେ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ ବୋଲି ଘୋଷଣା କରିବାକୁ କୋର୍ଟ ଫିଲ୍ମ ନିର୍ମାତାଙ୍କୁ ଆଦେଶ ଦେଇଛନ୍ତି।

ସୂଚନାନୁଯାୟୀ ,ଚଳଚ୍ଚିତ୍ରଟି ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି) ଦ୍ବାରା ସାର୍ଟିଫିକେଟ୍ ପାଇସାରିଥିବାରୁ ରାଜ୍ୟ ସରକାରଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ହେବ। କିନ୍ତୁ ଫିଲ୍ମକୁ ନିଷିଦ୍ଧ କରିବା ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷେ ଉଚିତ ହୋଇନାହିଁ ବୋଲି କୋର୍ଟ କହିଛନ୍ତି।

 

Related posts

ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ କଙ୍ଗନା ରଣାୱତ୍ ଓ ସାଉଥର ବିଜୟ ସେତୁପତି

mahabharatanews

ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲଭି 

mahabharatanews

ପରଲୋକରେ କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା

mahabharatanews