ଓଡିଶା

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ବ୍ୟାଜ୍ ପରିଧାନ

ରାଇରଙ୍ଗପୁର/ସତ୍ୟ ନରାୟଣ ପାଲ: ରାଜ୍ୟ ସ୍ତରୀୟ ମିଳିତ ଅମଲା ମଂଚ ନିଷ୍ପତ୍ତି କ୍ରମେ ମୟୂରଭଂଜ ଜିଲ୍ଲାର ମିଳିତ ଅମଲା ମଂଚର ଆବାହକ ଶ୍ରୀ ଅସିତ ମହାକୁଡ଼ଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରେ ଅମଲାମାନେ ନିଜର ଦାବି ପୂରଣ ପାଇଁ ଆଜିଠାରୁ ମଇ ୩୧ ପର୍ୟ୍ୟନ୍ତ କଳା ବ୍ୟାଜ ପରିଧାନ କରିବା ଆରମ୍ଭ କରିଛନ୍ତି ।ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଜିଲ୍ଲା ସ୍ତରୀୟ କନିଷ୍ଠ ଅମଲାମାନଙ୍କର ମୂଳ ଦରମା ୯୩୦୦ ଟଙ୍କା ସହିତ ଗ୍ରେଡ ପରେ ୪୨୦୦ ଟଙ୍କା ଓ ଲେବଲ ୯ ଅନୂଯାୟୀ ଦରମା ନିର୍ଦ୍ଧାରଣ ସମ୍ପର୍କରେ ସରକାର ଯଦି କୌଣସି ସକାରାତ୍ମକ ପଦକ୍ଷେପ ମଇ ୩୧ ସୁଦ୍ଧାଗ୍ରହଣ ନ କରନ୍ତି ତାହାହେଲେ ଆଗାମୀ ଜୁନ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ସାମୁହିକ ଛୁଟିରେ ଯିବେ ବୋଲି ଜିଲ୍ଲା ଆବାହକ ଶ୍ରୀ ଅସିତ ମହାକୁଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେଥିପାଇଁ ଯଦି କିଛି ଅସୁବିଧା ଉପୁଜେ ସେଥିପାଇଁ ସରକାର ଦାୟୀ ରହିବେ । ଉକ୍ତ ପ୍ରତିବାଦ କାର୍ୟ୍ୟକ୍ରମରେ ରମାକାନ୍ତ ପଣ୍ଡା, ବାଜଲ ମୁର୍ମୁ,ଚାମୁରୁ ଚରଣ ଵେଶ୍ରା,ପ୍ରସାଦ ବେହେରା, ରଣଜିତ ରଜକ,ଗିରିଜା ଶଙ୍କର ମହାନ୍ତ,କେଶବ ନାଏକ, ଗୌରୀ ଶଙ୍କର ସାମନ୍ତରାୟ ଏବଂ ବାମନଘାଟୀ ଉପଖଣ୍ଡର ବହୁ ଅମଲାମାନେ ସାମିଲ ହୋଇଥିଲେ ।ବାମନଘାଟୀ ଉପଖଣ୍ଡୟ ସମସ୍ତ ଅମଲା ମାନେ କଳା ବ୍ୟାଜ ପରିଧାନ କରିଥିଲେ ।

Related posts

ବସ ଚଳାଚଳ ପାଇଁ ଜାରି ହେବ ଗାଇଡଲାଇନ:ମନ୍ତ୍ରୀ

mahabharatanews

ସୋମବାର ଠୁ ୧୬ ରୁଟରେ ଗଡିବ ମୋ ବସ୍

mahabharatanews

ବର୍ଷର ଆଜି ଶେଷ ଚନ୍ଦ୍ରଗ୍ରହଣ

mahabharatanews