ଭାରତ

ସରିଲା ‘ଜି୨୦’ ବୈଠକ: ବାଦ ପଡିଲେ ଚୀନ୍,ସାଉଦି ଆରବ

(କାଶ୍ମୀର) : କଶ୍ମୀରରେ ‘ଜି୨୦’ ବୈଠକକୁ ଚୀନ୍‌ ତୀବ୍ର ବିରୋଧ କରିଛି ।  ଶୁକ୍ରବାର ଦିନ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱେନ୍‌ବିନ୍‌ କହିଛନ୍ତି ଯେ, ‘ବିବାଦୀୟ’ ଅଞ୍ଚଳରେ କୌଣସି ପ୍ରକାରର ‘ଜି୨୦’ ବୈଠକକୁ ତୀବ୍ର ବିରୋଧ କରୁଥିବାରୁ ଚୀନ୍‌ ଏହି ବୈଠକରେ ଯୋଗ ଦେଇନାହିଁ ।

ସୂଚନାନୁଯାୟୀ ,ଶ୍ରୀନଗରରେ ହେବାକୁ ଥିବା ‘ଜି୨୦’ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏହା ହେଉଛି ଚୀନ୍‌ ଦେଇଥିବା ପ୍ରଥମ କଠୋର ମନ୍ତବ୍ୟ। ମେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଶ୍ରୀନଗରରେ ‘ଜି୨୦ ଟୁରିଜିମ୍‌ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ୩ୟ ବୈଠକ ଆୟୋଜନ କରାଯାଇଥିଲା ।29 ଟି ଦେଶରୁ 61 ପ୍ରତିନିଧୀଙ୍କ ଆଗମନ ପରେ ଭାରତ ନିଜର ବାର୍ତ୍ତା ବିଶ୍ୱ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇଛି । କାରଣ ଏହା ପୂର୍ବରୁ ଜଣା ପଡିଥିଲା ଯେ ଚୀନ୍, ତୁର୍କୀ ଏବଂ କିଛି ଇସଲାମ ଦେଶ, ଯେଉଁମାନେ ପାକିସ୍ତାନ ପ୍ରତି ସମର୍ଥନ କରୁଛନ୍ତି, ଏହି ବୈଠକକୁ ବିବାଦୀୟ ବୋଲି ବର୍ଣ୍ଣନା କରିଥିଲେ ।

Related posts

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

mahabharatanews

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

mahabharatanews

ସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

mahabharatanews