ଭାରତ

ମଣିପୁରରେ ପଶିଲେ ୩୦୦ ଆତଙ୍କବାଦୀ

(ମଣିପୁର) : ଗୋଟିଏ ପଟେ ମଣିପୁର ହିଂସା ଥମିବାର ନାଁ ନେଉନଥିବା ବେଳେ ଏବେ ଆତଙ୍କବାଦୀ ପଶିବା ଘଟଣା ଚିନ୍ତାର କାରଣ ବନିଛି  । ମେ’ ୩ ତାରିଖରୁ ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି ମିଆଁମାରରୁ ପ୍ରାୟ ୩୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟରେ ଅଶାନ୍ତ ସ୍ଥିତି ସୃଷ୍ଟି କରୁଛନ୍ତି।

ସୂଚନାନୁଯାୟୀ ,  ସେମାନେ ଦକ୍ଷିଣ ମଣିପୁରର ସେରୋଉ ଏବଂ ସୁଗନୁ ଗ୍ରାମରେ ପ୍ରାୟ ୪୫୦ ଘର ଜାଳି ଦେଇଛନ୍ତି ମିଆଁମାରର କୁକି ଆତଙ୍କବାଦୀମାନେ ମଣିପୁରରେ ଥିବା ସେମାନଙ୍କ ସଂପ୍ରଦାୟ ସହ ମିଶି ଭୟଙ୍କର ଆକ୍ରମଣ କରୁଛନ୍ତି। ଗତ ୨୯ ତାରିଖରେ ଜଣେ ବରିଷ୍ଠ ସେନା ଅଫିସର ଏକ ଟ୍ବିଟ୍‌ କରି କହିଥିଲେ ଯେ ଆତଙ୍କବାଦୀମାନେ ଲିମାଖଙ୍ଗ ସାମରିକ ଘାଟି ନିକଟରେ କିଛି ନାଗରିକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ରହିଛି ଏବଂ ସେମାନେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି।

Related posts

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

mahabharatanews

ଅଲ ଇଂଲଣ୍ଡ ସୁପର ୧୦୦ ବ୍ୟାଡମିଣ୍ଟନ ଟାଇଟଲ ହାସଲ ନେଇ ମଉଳିଲା ଲକ୍ଷ୍ୟଙ୍କ ସ୍ୱପ୍ନ

mahabharatanews

ଶେଷ ପର୍ଯ୍ୟାୟରେ ‘ଚନ୍ଦ୍ରୟାନ-୩’ର ଉତ୍‌‌କ୍ଷେପଣ 

mahabharatanews