ଭାରତ

ଥମୁନି ମଣିପୁର ହିଂସା : ଜୁନ୍‌ ୧୦ ଯାଏଁ ଇଣ୍ଟରନେଟ୍ ବନ୍ଦ

(ମଣିପୁର) : ମଣିପୁର ହିଂସା ଥମିବାର ନା ଧରୁନି । ଏହାରିମଧ୍ୟରେ ବିଦ୍ରୋହୀ ଦଳ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହେବା ପରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଦୁଇ ଜଣ ଆସାମ ରାଇଫଲ୍‌ର କର୍ମୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଚ ଅପରେସନ ଜାରି ରହିଛି।

 

ସୂଚନାନୁଯାୟୀ ,ହିଂସା ପ୍ରଭାବିତ ମଣିପୁରରେ ଆଇନ୍‌ ଶୃଙ୍ଖଳା ନୀତି ବଜାୟ ରଖିବା ପାଇଁ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ନିଷିଧାଦେଶକୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ହଜର ସେନା ଯବାନ ଏବଂ ଆସାମ ରାଇଫଲ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି।

Related posts

ଓଡିଶାରେ ରାହୁଲଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ 

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

mahabharatanews

ଦିଲ୍ଲୀରେ ‘ସାଂଘାତିକ’ ସ୍ଥିତି

mahabharatanews