ଓଡିଶା

ପୁରୀ ବଡ ଦାଣ୍ଡରେ ଡ୍ରୋନ୍ ମନା

(ପୁରୀ) : ପୁରୀ ବଡ ଦାଣ୍ଡରେ ଡ୍ରୋନ୍ ମନା । ବିଗତ ବର୍ଷମାନଙ୍କରେ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଆଦି ସମୟରେ ବଡ଼ଦାଣ୍ଡରେ ଡ୍ରୋନ୍‌ ଉଡ଼ାଇ ଭିଡିଓ ରେକର୍ଡିଂ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ ଅଜଣା ବ୍ୟକ୍ତିବିଶେଷ ଏହି ଡ୍ରୋନ୍‌ ଉଡ଼ାଉଥିବାରୁ ଶ୍ରଦ୍ଧାଳୁମାନଙ୍କ ଜୀବନ ପ୍ରତି ବିପଦର ମଧ୍ୟ ଆଶଙ୍କା ରହୁଛି। ଡ୍ରୋନ୍ ପାଇଁ ଉପଜିଲ୍ଲାପାଳ କିମ୍ବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ସିଙ୍ଗିଲ୍‌ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ବେଳାଭୂମିରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ସରକାରୀ ନିୟମାନୁଯାୟୀ ସ୍ବତନ୍ତ୍ର ଭାବେ ଡ୍ରୋନ୍‌ ଉଡ଼ାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

 

Related posts

ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଫେରି ପାଇବେ ଟଙ୍କା: ମନମୋହନ

mahabharatanews

୧୩ରେ ପ୍ରବଳ ବର୍ଷା ସମ୍ଭାବନା; ‘ୟେଲୋ’ ଓ୍ଵାର୍ଣ୍ଣିଂଜାରି

mahabharatanews

ନିଆଁ ଲାଗି ପୋଡିଗଲା ବାହାଘରର ସବୁ ଜିନିଷ

mahabharatanews