ଭାରତ

ଗ୍ରୀକ୍‌ ସମୁଦ୍ରରେ ବୁଡ଼ିଲା ଜାହାଜ; ୭୯ ମୃତ,ଶହ ଶହ ନିଖୋଜ

(ଗ୍ରୀକ) :  ମାଛଧରା ଜାହାଜ ବୁଧବାର ରାତିରେ ବୁଡ଼ି ୭୯ ଲୋକ ମୃତ । ଗ୍ରୀସ୍‌ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ମାତ୍ରାଧିକ ଲୋକ ଯାତ୍ରା କରୁଥିବା ଗୋଟାଏ ମାଛଧରା ଜାହାଜ ବୁଧବାର ରାତିରେ ବୁଡ଼ିଯିବାରୁ ଅନ୍ୟୂନ ୭୯ଜଣ ପ୍ରବାସୀ ବୁଡ଼ି ମରିଥିବା ବେଳେ ଆହୁରି ଶହ ଶହ ଲୋକ ନିଖୋଜ ହୋଇଯାଇଛନ୍ତି ବୋଲି ଏକ ରିପୋର୍ଟରେ ଦିଆଯାଇଛି ।

ସୂଚନାନୁଯାୟୀ , ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୦୪ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା।ଉଦ୍ଧାର କରାଯାଇଥିବା ବ୍ୟକ୍ତିମାନଙ୍କୁ ପାଇଲସ୍‌ ନଗରୀ ନିକଟ ଗ୍ରୀକ୍‌ର କାଲାମାଟି ବନ୍ଦରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ଗୋଦାମ ଘରେ ଆଶ୍ରୟ ଦିଆଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି।

 

Related posts

“ଆସନ ମୋହ ଛାଡି ପାରୁନି ଆପ'”: ଗୌରବ ଭାଟିଆ

mahabharatanews

୬ବର୍ଷର ସମ୍ପର୍କ ତୁଟାଇ ଛାଡପତ୍ର ଦେଲେ ରାପର ରଫତାର

mahabharatanews

‘ବୀର ବାଲ ଦିବସ’ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ 

mahabharatanews