ଓଡିଶା

ତିନିଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ

(ଭୁବନେଶ୍ୱର) : ତିନିଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସୋମବାରଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାପରେ ପୁରୀ ଗସ୍ତ କରି ରେଳ କର୍ମଚାରୀ, ସ୍ୱେଚ୍ଛାସେବୀଙ୍କ ସହ ବୈଠକ କରି ରଥ ଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ସୂଚନାନୁଯାୟୀ , କେନ୍ଦ୍ରମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କୁ ଭେଟିବେ। ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ଶ୍ରୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହିତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

 

Related posts

୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର

mahabharatanews

“ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”: ବିଜେଡି ସୁପ୍ରିମୋ 

mahabharatanews

ଆତ୍ମସମର୍ପଣ କଲେ ଫେରାର ୟୁଟ୍ୟୁବର ଦମ୍ପତି 

mahabharatanews