ମନୋରଞ୍ଜନ

‘ମଣିଷର ଭୁଲକୁ ନୁହେଁ, ଭାବନାକୁ ବୁଝନ୍ତୁ‌’; କ୍ରିତିଙ୍କ ମା’

(ମୁମ୍ବାଇ) :  ଫିଲ୍ମ ଆଦିପୁରୁଷ ବିବାଦରେ ଯୋଡି ହୋଇସାରିଛି । ବିବାଦ ପରେ ଫିଲ୍ମର ଆୟ ଉପରେ ପ୍ରଭାବ ପଡ଼ୁଥିବା ଦେଖି ନିର୍ମାତା ସଂଳାପ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ସଂଳାପ ବଦଳାଯିବା ପରେ ବି ଫିଲ୍ମର ଆୟ ବଢ଼ୁନଥିବା ଦେଖାଯାଇଛି। ଏମଧ୍ୟରେ ‘ଆଦିପୁରୁଷ’ରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କ୍ରିତି ସନୋନଙ୍କ ମା’ ଗୀତା ସନୋନଙ୍କ ଇନଷ୍ଟା ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ସେ ନିଜ ଇନଷ୍ଟାରେ ପୋଷ୍ଟରେ ଲେଖିଛନ୍ତି, ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ଜିନିଷକୁ ଭଲ ମାନସିକତା ସହିତ ଦେଖିବ, ‌ତେବେ ସାରା ଦୁନିଆ ମଧ୍ୟ ଏହାକୁ ସୁନ୍ଦର ଭାବରେ ଦେଖିବ। ମଣିଷର ଭୁଲକୁ ନୁହେଁ, ତା’ର ଭାବନାକୁ ବୁଝନ୍ତୁ। ଜୟ ଶ୍ରାରାମ।

 

ସୂଚନାନୁଯାୟୀ , ତେବେ ଫିଲ୍ମଟି ୬୦୦କୋଟି ବଜେଟରେ ନିର୍ମାଣ କରାଯାଇଥିବା ବେଳେ ରିଲିଜର ପ୍ରଥମ ୩ଦିନ ପରେ ଫିଲ୍ମର ଆୟ କମିଛି। ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ବେଳେ ଏବେ ଏହା ୧୦କୋଟିକୁ ଖସି ଆସିଛି। ନିର୍ମାତା ଜାଣିଶୁଣି ନିଜ ଗୋଡ଼ରେ କୁରାଢ଼ୀ ମାରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି।

Related posts

ସିନେମାହଲ ପରେ ଓଟିଟିରେ ରିଲିଜ ହେବ ଫିଲ୍ମ ‘ଧୁରନ୍ଧର’

mahabharatanews

‘ପର୍ବ’ ଉପନ୍ୟାସ ଉପରେ ଆଧାରିତ ବିବେକଙ୍କ ଆଗାମୀ ସିନେମା 

mahabharatanews

ନିରବି ଗଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

mahabharatanews