ଓଡିଶା

ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି

(ପୁରୀ) :  ଆଜି ବାହାରିଲା ଆଡ଼ପ ଅବଢ଼ା । ଯାହାକୁ ନେଇ ଚଳଚଂଚଳ ହୋଇ ଉଠିଛି ପୁରୀ ଶ୍ରୀକ୍ଷେତ୍ର ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ  ଏହି ଆଡ଼ପ ଅବଢ଼ାକୁ ସମସ୍ତେ ଅପେକ୍ଷା କରିଛନ୍ତି । କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ । ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ।

ସୂଚନାନୁଯାୟୀ , ଦ୍ବିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । କଳା, ଧଳା, ନାଲି, ହଳଦିଆ, ହରିତାଳ ପ୍ରିୟଙ୍ଗୁ, କସ୍ତୁରୀରେ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ତେବେ ରଥ ବିଳମ୍ବରେ ପହଞ୍ଚିବାରୁ ଚଳିତ ଥର ୫ ଦିନ ଆଡ଼ପ ଅବଢ଼ା ମିଳିବ ।  ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ।

Related posts

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ରୁ ପ୍ରବଳ କାଚିବ

mahabharatanews

୧୧ କେଭି ତାର ଲାଗି ଚାଷୀ ମୃତ

mahabharatanews

ଜଳୁଛି ଓଡିଶା: ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀ ପାର

mahabharatanews