ଭାରତ

‘ରାହୁଲ ଏବେ ବାହା ହୋଇ ଯାଅ, ଆମେ ବରଯାତ୍ରୀ ଯିବୁ’ :ଲାଲୁ ଯାଦବ

(ପାଟଣା) : ରାହୁଲଙ୍କୁ ବିବାହ କରିବାକୁ ପରାମର୍ଶ ଦେଲେ ଆରଜେଡି ମୁଖ୍ୟ ଲାଲୁ ଯାଦବ  ।  ପାଟନାରେ  ବିରୋଧୀ ଦଳର ବୈଠକ ବେଳେ ବିହାରର ପୂର୍ବତନ ସିଏମ ଏବଂ ଆରଜେଡି ମୁଖ୍ୟ ଲାଲୁ ଯାଦବ ରାହୁଲ ଗାନ୍ଧୀଙ୍କୁ ଏଭଳି ଏକ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକ ସମୟର କହିଛନ୍ତି ଯେ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ଯେ ପୁଅ ଅର୍ଥାତ୍ ରାହୁଲ ଗାନ୍ଧୀ ବିବାହ ପ୍ରସଙ୍ଗରେ ତାଙ୍କ କଥା ଶୁଣୁ ନାହାଁନ୍ତି । ବିବାହ କରିନିଅ, ଆମେ ବରଯାତ୍ରୀ ଯିବୁ ।

ସୂଚନାନୁଯାୟୀ, ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ।” ଏମିତି କହି ଲାଲୁ ପ୍ରସାଦ କଂଗ୍ରେସ ନେତା ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି । ଏହା ଶୁଣି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନଙ୍କ ସମେତ ବିରୋଧୀ ଦଳର ସମସ୍ତ ନେତା ହସିବାକୁ ଲାଗିଲେ । ସାମ୍ବାଦିକ ସମ୍ମିଳନୀରେ ଲାଲୁ ତାଙ୍କର ପୁରୁଣା ଢଙ୍ଗରେ ଦେଖିବାକୁ ମିଳିଥିଲେ । ଲାଲୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କରିଛନ୍ତି, ଭଲ କାମ କରିଛନ୍ତି ।

Related posts

ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ 

mahabharatanews

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews

ଏଣିକି ବସ୍‌ରେ ମାଗଣା ଯାତ୍ରା କରିପାରିବେ କିନ୍ନର  

mahabharatanews