ଭାରତ

ଥମୁନି ମଣିପୁର ହିଂସା: ପୋଡିଦେଲେ ମନ୍ତ୍ରୀଙ୍କ ଗୋଦାମ 

 (ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସାକାଣ୍ଡ । ଉତ୍ତ୍ୟକ୍ତ ଜନତା ପୂର୍ବ ଇମ୍ଫାଲ୍‌ ଜିଲ୍ଲା ଅନ୍ତର୍ଗତ ଚିଙ୍ଗାରେଲ୍‌ରେ ମଣିପୁର ଖାଉଟି ଓ ଖାଦ୍ୟ ବ୍ୟାପାର ମନ୍ତ୍ରୀ ଏଲ୍‌. ସୁସିନ୍ଦ୍ରୋଙ୍କ ଗୋଟାଏ ବ୍ୟକ୍ତିଗତ ଗୋଦାମକୁ ପୋଡ଼ି ପକାଇଛନ୍ତି ବୋଲି ପୋଲିସ କହିଛି।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ପୂର୍ବ ଇମ୍ଫାଲ୍‌ ଜିଲ୍ଲାର ଖୁରାଇରେ ଥିବା ମନ୍ତ୍ରୀଙ୍କର ଆଉ ଗୋଟାଏ ଘରେ ମଧ୍ୟ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ଘର ପାଖରୁ ଉତ୍ତ୍ୟକ୍ତ ଜନତାକୁ ଘଉଡ଼ାଇବା ନିମନ୍ତେ ପୁଲିସ ଫୋର୍ସ  ମଧ୍ୟରାତ୍ର ପର୍ଯ୍ୟନ୍ତ ଗୁଳି ଚଳାଇବା ସହିତ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। କିନ୍ତୁ, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

Related posts

ମଣିପୁରରୁ ଫେରିଲେ ୨୧ ଜଣିଆ ଟିମ 

mahabharatanews

ଓଡିଶା ଆସିବେ ମୋଦୀ, ଶାହା ଏବଂ ଯୋଗୀ  

mahabharatanews

ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews