ମନୋରଞ୍ଜନ

ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍

(ମୁମ୍ବାଇ): ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍‌ । ବଲିଉଡ୍‌ ସୁପରଷ୍ଟାର ସାରୁଖଖାନ ୟୁଏସ୍‌ର ଏକ ସୁଟିଂ ସେଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇ ଆହତ ହୋଇଛନ୍ତି । ତାଙ୍କ ନାକରେ ଆଘାତ ଲାଗିଥିବା ସୂଚନା ମିଳିଛି । ଏଥିପାଇଁ ତାଙ୍କର ଏକ ଛୋଟ ଅସ୍ତ୍ରପୋଚାର କରାଯାଇଛି ।

ସୂଚନାନୁଯାୟୀ,  ଲସ୍‌ ଏଞ୍ଜେଲସ୍‌ରେ ସେ ତାଙ୍କର ଆଗାମୀ ସିନେମାର ସୁଟିଂ କରୁଛନ୍ତି, ଆଉ ସେଠାରେ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଆଉ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ରକ୍ତସ୍ରାବ ବନ୍ଦ କରିବାକୁ ଶାହାରୁଖ୍‌ଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା । ଏହାରି ଭିତରେ ଶାହରୁଖ ଖାନ୍‌ ଭାରତ ଫେରି ଆସିଛନ୍ତି ଏବଂ ତାଙ୍କ ଘର ମନ୍ନତରେ ବିଶ୍ରାମ ନେଉଛନ୍ତି ।  ଏବେ ଶାହରୁଖଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ଗତ ସପ୍ତାହରେ ଶାହରୁଖ ଆମେରିକାରେ ଥିଲେ ।

Related posts

 ରଣବୀରଙ୍କ ଫିଲ୍ମ ‘ଆନିମଲ’: ଅଗ୍ରିମ ୧ ଲକ୍ଷ ଟିକଟ ବୁକିଂ

mahabharatanews

‘କେଜିଏଫ୍ ୨’ କୁ ମାତ ଦେବ ‘ପୁଷ୍ପା: ଦ ରୁଲ୍’

mahabharatanews

ମଦ୍ୟପାନ କରନ୍ତି ନାହିଁ ଅଭିନେତା ଇମ୍ରାନ ହାଶମୀ

mahabharatanews