ଓଡିଶା

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

(ବାଲେଶ୍ଵର) : ବା‌ଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରରେ ଦୁଇଜଣ ଯୁବକଙ୍କ ଚାଲିଗଲା ଜୀବନ । ବିଳମ୍ବିତ ରାତିରେ ଡାଉନ ଲାଇନର ଜଗନ୍ନାଥ ଏକ୍ସପ୍ରେସ ସାମ୍ନାକୁ ଆସି ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ , ଜଣେ ଯୁବକ ବାଲେଶ୍ୱର ଜିଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ । ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ ଗତକାଲି ରାତିରୁ ହୋଟେଲରୁ ବାହାରକୁ ଯାଇଥିଲେ। ଅନ୍ୟ ଜଣେ ବିହାର ଅଞ୍ଚଳର ଅବଦୁଲ କ୍ବାଦିର (୨୪)। ସେ ନିଜ ସାଥୀମାନଙ୍କ ସହ ପାଟନାରୁ ବିଶାଖାପାଟଣା ଅଭିମୁଖେ ଆନକୁଲାମ ଏକ୍ସପ୍ରେସରେ ଯାଉଥିଲେ। ଟ୍ରେନରେ ସିଟ ନ ଥିବା କାରଣରୁ ଦ୍ୱାର ସମ୍ମୁଖରେ ବସିଥିବା ସମୟରେ ବିଳମ୍ବିତ ରାତିରେ ସୋର ଷ୍ଟେସନର ଦୂରରେ ତଳନଗର ନିକଟରେ ଖସିପଡ଼ିଥିଲେ। ସେଠାର ଲୋକମାନେ ଚେନକୁ ଟାଣି ଗାଡି ଅଟକାଇବା ସହ ପୋଲିସକୁ ଖବର ଦେଇ ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts

ଏଥର ଇକୋ ଫ୍ରେଣ୍ଡଲି ରାକ୍ଷୀ

mahabharatanews

ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର

mahabharatanews

କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ ! STF କବଜାରେ ବିଟେକ ଛାତ୍ର

mahabharatanews