ଖେଳ

ପାକିସ୍ତାନ ୱାର୍ଲଡ କପ ଖେଳିବା ଉପରେ ବଡିଲା ସସ୍ପେନ୍ସ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ୱ କପ ପାଇଁ ପାକିସ୍ତାନ ଟିମକୁ ଭାରତକୁ ପଠାଇବ କି ନାହିଁ ଏନେଇ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ପାକ୍ର ପ୍ରଧାନମନ୍ତ୍ରୀ ଶାହବାଦ ସରିଫ, ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଗଠିତ ହୋଇଥିବା ଟିମର ରିପୋର୍ଟ ଦେବା ପୂର୍ବରୁ କମିଟି ଭାରତ ଏବଂ ପାକିସ୍ତାନ ସମ୍ପର୍କର ସବୁ ଦିଗ ଅନୁଧ୍ୟନ କରିବ । କମିଟିରେ ଖେଳ ଏବଂ ରାଜନୀତିକୁ ଅଲଗା ରଖିବା ନେଇ ସରକାରଙ୍କ ନୀତି କରିଛନ୍ତି । ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ମିଡିଆ ସହ ଭାରତରେ ସ୍ଥିତି ଉପରେ ଚର୍ଚ୍ଚା କରିବେ ପାକ ପ୍ରଧାନମନ୍ତ୍ରୀ ।
ପାକିସ୍ତାନ କ୍ରିକେଟ୍ ବୋର୍ଡର ସଂରକ୍ଷକ ଅଛନ୍ତି ପ୍ରଧାନମନ୍ତ୍ରୀ ସରିଫ । ତେବେ ପିସିବି କହିଛି ଯେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଯୋଗୁଁ ଏହି ପ୍ରମୁଖ ପ୍ରତିଯୋଗିତାରେ ପାକିସ୍ତାନର ଯୋଦଗାନ ପାଇଁ ସରକାରଙ୍କ ମଞ୍ଜୁରୀ ଉପରେ ନିର୍ଭର କରିବ ।

Related posts

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

mahabharatanews

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

mahabharatanews

ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ; ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ

mahabharatanews