ଓଡିଶା

ଆଜି ପଶ୍ଚିମବଙ୍ଗରେ ଭୋଟ ଗଣତି

(ପଶ୍ଚିମବଙ୍ଗ) : ଆଜି ବାହାରିବ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟିଂ ସମୟରେ ରାଜ୍ୟରେ ବ୍ୟାପକ ହିଂସାକାଣ୍ତ ଘଟିଥିବା କାରଣରୁ ଗଣାନା ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନାନୁଯାୟୀ ,ଚଳିତ ମାସ ୮ ତାରିଖରେ ପଶ୍ଚିମବଙ୍ଗରେ ୭୪ ହଜାର ପଞ୍ଚୟତ ପାଇଁ ମତଦାନ ହୋଇଥିଲା । ଗତ ୮ ତାରିଖରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ତ ଘଟିଥିଲା । ନିର୍ବାଚନୀ ହିଂସାକାଣ୍ତରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଶନିବାର ଦିନ ପଶ୍ଚିମବଙ୍ଗରେ ଅନୁଷ୍ଠିତ ମତଦାନରେ ବ୍ୟାପକ ହିଂସାକାଣ୍ତ ପରେ ସୋମବାର ଦିନ ପୁଣି ସାନି ନିର୍ବାଚନ ହୋଇଥିଲା ପଶ୍ଚିମବଙ୍ଗର ୬୦୪ଟି ବୁଥରେ ପୁଣି ଭୋଟ ଦେଇଥିଲେ ଜନତା ।

Related posts

ପୁଣି ଫେରିଲା କରୋନା ଡର

mahabharatanews

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

mahabharatanews

ଲାଲବାବାଙ୍କ ପୀଠରେ ହନୁମତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ

mahabharatanews