(ଦିଲ୍ଲୀ) : ଭାରତର ଚନ୍ଦ୍ରୟାନ-3 ଅଭିଯାନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରୟାନ-୩ ଜୁଲାଇ-୧୪ ଅପରାହ୍ନ ୨ :୩୫ ରେ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟ ଏସ୍. ସୋମନାଥ । ତେବେ ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରୟାନ-୩ ଲଞ୍ଚ ସମୟରେ ଉପସ୍ଥିତ ରହିପାରନ୍ତି ବୋଲି ଆଶା କରିଛନ୍ତି ISRO ମୁଖ୍ୟ ଏସ ସୋମନାଥ ।
ସୂଚନାନୁଯାୟୀ , ଲଞ୍ଚ ସମୟରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ‘ଚନ୍ଦ୍ରାୟଣ -3’ର ଲଞ୍ଚ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ISRO ମୁଖ୍ୟ ଏସ ସୋମନାଥ କହିଛନ୍ତି, ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରିଛୁ । ଏହା ସେମାନଙ୍କ ଉପରେ ନିର୍ଭର କରେ । ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇ ନାହିଁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପିଏମ ମୋଦି ୨୦୧୯ ମସିହାରେ ଚନ୍ଦ୍ରାୟନ-୨ ମିଶନରେ ଯୋଗ ଦେଇଥିଲେ।
