ଓଡିଶା

 ଅଣସେବାୟତଙ୍କୁ ମହାପ୍ରସାଦ ବିକ୍ରି ମନା 

(ପୁରୀ) :  ଶ୍ରୀମନ୍ଦିର ଆନନ୍ଦ ବଜାରରେ ଚଢା ଦରରେ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଏବଂ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଣିକି ଆନନ୍ଦ ବଜାରରେ ଅଣ ସୁପକାର ମାନେ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ।

ସୂଚନାନୁଯାୟୀ , ନିୟମ ଉଲଂଘନ କଲେ ଥାନାରେ ଏତଲା ଦିଆଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ ଯଦି ସୁପକାରସେବାୟତ ସାମିଲ ହୁଅନ୍ତି ସୁଆର ମହାସୁଆର ନିଯୋଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ, ଏସ୍‌ପି, ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ସୁରକ୍ଷା ପ୍ରଶାସକ ସହ ଶ୍ରୀ ମନ୍ଦିର କମାଣ୍ଡରକୁ ଚିଠି ଦିଆଯାଇଛି । ବାରମ୍ବାର କଟକଣା ସତ୍ତ୍ୱେ ଆନନ୍ଦ ବଜାରରେ ଚଢା ଦରରେ ଅବଢା ବିକ୍ରିରୁ ନିବୃତ୍ତ ହେଉନାହାଁନ୍ତି କିଛି ଅଣସେବାୟତ । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।

Related posts

ରାଜ୍ୟରେ ହେବ ୨୦ଟି ସାଇନ୍ସ ପାର୍କ : ରାଜ୍ୟ ସରକାର ବହନ କରିବେ ସମସ୍ତ ଖର୍ଚ୍ଚ 

mahabharatanews

ପରୀକୁ ନ୍ୟାୟ ଓ ଶିଶୁ ଅତ୍ୟାଚାର ରୋକିବା ଦାବିରେ ଜିଲ୍ଲା କଂଗ୍ରେସର ଧାରଣା

mahabharatanews

ବିଜିଗୋଳରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦ୍ ଯାପିତ

mahabharatanews