ଭାରତ

ପ୍ରବଳ ବର୍ଷା ହେତୁ ସ୍ଥିତି ସଙ୍ଗୀନ: ମୃତ୍ୟୁସଂଖ୍ୟା ୯୧ ପାର

(ଉତ୍ତରାଖଣ୍ଡ) :  ସାରା ଦେଶରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡିଛି । ହିମାଚଳପ୍ରଦେଶ, ଉତ୍ତରାଖଣ୍ତ, ଦିଲ୍ଲୀ, ପରି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ୧୩ ଜୁଲାଇ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଉତ୍ତରା ଖଣ୍ତ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।  ଉତ୍ତର ଭାରତରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

 ସୂଚନା ଅନୁସାରେ, ଗତକାଲି ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜୁଲାଇରୁ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୯୧ ଛୁଇଁଛି । ଭୀଷଣ ବର୍ଷାରେ ଦୁର୍ଘଟଣା, ଭୂସ୍ଖଳନ, ଫ୍ଲାସଫ୍ଲଡରେ ବଢ଼ୁଛି ମୃତ୍ୟୁସଂଖ୍ୟା । ଏବେ ବି ଜଳବନ୍ଦୀ ଅନେକ ଜୀବନ । ଗଙ୍ଗା ସମେତ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବା ସହ ଉତ୍ତର ଭାରତରେ ପ୍ରବଳ ବର୍ଷା ହେତୁ ଶତାଧିକ ଲୋକଙ୍କର ମୃତ ଘଟିବା ସହ ପ୍ରାୟ ୩ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ରହିଛି ।

Related posts

‘ମତେ ନୋବେଲ ପୁରସ୍କାର ମିଳିବା ଦରକାର’ :ଅରବିନ୍ଦ କେଜ୍ରିୱାଲ 

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews